ଏକ ନିଆରା ଢଙ୍ଗରେ ବାହାଘର ଭୋଜି ଆୟୋଜନ !!!

Spread the love

କୋରାପୁଟ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଏକ ନିଆରାଢଙ୍ଗରେ ବାହାଘର ଭୋଜି ର ଆୟୋଜନ l କଥାରେ ଅଛି ବାହାଘର ଏକ ମିଳନ , ଦୁଇଟି ଆତ୍ମlର ସଙ୍ଗମ – ଏହା ଉପରଵାଲା ଠିକ କରିଥାଏ l ଭୋଜି ର ଆୟୋଜନ କରି କିଏ କେଉଁ ଢ଼ଙ୍ଗରେ ଏହି ବାହାଘର କରିଥାଏ l ଏମିତି ଏକ ବାହାଘର କୋରାପୁଟ ରେ ଉଦାହରଣ ସୃଷ୍ଟି କରିଛି l କୋରାପୁଟ ନିବାସୀ ଦମୟନ୍ତୀ ଙ୍କ ପୁଅ କିଛି ଦିନ ତଳେ ସୁଦୂର ସିମାଞ୍ଚଳମ ରେ ବାହାହେଲେ , ଆଉ ଆଜି ଥିଲା ରିସେନ୍ସପନ ବା ପୁଅ ଘର ତରଫରୁ ଭୋଜି ର ଆୟୋଜନ ! ତାହା ମଧ୍ୟ୍ୟ ସ୍ଥାନୀୟ ସଂକୃତି ସୋସାଇଟ ରେ , ହେଲେ ଏହି ଭୋଜି କୁ ଏକ ନିଆରା ଢଙ୍ଗ ରେ ପାଳନ କଲେ ବର ଘର ର ଲୋକ ! ନିଜ ଭୋଜି ସ୍ଥଳକୁ ବର ଟିକିରା ସlହି ସ୍ଥିତ ନିଜ ବାସଭବନ ରୁ ଏକ ବିରାଟ ପଟୁଆର ରେ ବାହାରି ଭାଇ ରଂଜିତ ପାଣି , ଆଲୋକ ପାଣି , ଭାଉଜ ଗୀତାଞ୍ଜଳି , ଝିଆରୀ ମାଧବୀ ଏବଂ ଅନ୍ନପୂର୍ଣ୍ଣlଙ୍କ ସମେତ ସମସ୍ତ ବନ୍ଧୁ ବର୍ଗ ସାଙ୍ଗ ସାଥି ସହ ବର ଅନିଲ ଓ ମହେଶ୍ୱରୀ ନାଚ ଗୀତ ସହ ଝୁମି ଝୁମି ପହଂଚିଥିଲେ ! ଯାହାକି ଆଜିର ଦୁନିଆରେ ନିଜର ବାହାଘର ଭୋଜି ରେ ନିଜେ ବର ନାଚି ନାଚି ପହଂଚିବା କୋରାପୁଟ ଜିଲ୍ଲା ପାଇଁ ଏକ ନିଆରା ଅନୁଭୂତି ସୃଷ୍ଟି କରିଛି l ଆଉ ଏହା ଭୋଜି ରେ ସାମିଲ ହୋଇଥିବା ସମସ୍ତ ନିମନ୍ତ୍ରିତ ଅତିଥି ଙ୍କ ପାଇଁ ସ୍ମରଣୀୟ ହୋଇ ସବୁଦିନ ପାଇଁ ରହିଯିବ !

Leave a Reply

Your email address will not be published. Required fields are marked *