କୋରାପୁଟ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ନିଶା ତାଙ୍କର ଗୀତ , ହେଲେ ପେସା ରେ ପୋଲିସ l ରିତେଶ କୁମାର ନାୟକ ପିଲାଟି ଦିନ ରୁ ଦୃଢ଼ ମନା ଥିଲେ ! ଉଚ୍ଚ ଶିକ୍ଷା ପରେ ସମୟ କ୍ରମେ ସରକାରୀ ଚାକିରୀ ରେ ଅବସ୍ଥାପିତ ହୋଇଥିଲେ , ତାହା ବି କୋରାପୁଟ ପୋଲିସ ବିଭାଗ ରେ ! ରିଜର୍ଭ ପୋଲିସ ରେ ଵର୍ତମାନ କାଯ୍ୟରତ , ହେଲେ ରିତେଶ ଙ୍କ ନିଶା ହେଉଛି ଗୀତ ଗାଇବା ! ଆଉ ଏହି ଗୀତହିଁ ତାଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି ! କୋରାପୁଟ ଭଳି ଏକ ଆଦିବାସୀ ଅଧୁଷିତ ଅଞ୍ଚଳ ର ଏହି ଯୁବକ , ସୋନୁ ନିଗମଙ୍କ ଭଳି କଣ୍ଠ ସ୍ୱରରେ କୋରାପୁଟ ବାସୀ ଙ୍କ ହୃଦୟ ରେ ଆଜି ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି l ଭବିଷ୍ୟତ ରେ ଟେଲିଭିଜନ ରେ ସୁଯୋଗ ମିଳିଲେ ଗୀତ ଗାଇବାକୁ ଆଶା ରଖିଥିବା ରିତେଶ ଚାକିରୀ ଆଉ ସଂଗୀତ କୁ ନେଇ ବଂଚିବାକୁ ପ୍ରୟାସ ଜାରି ରଖିଛନ୍ତି l
ନିଶା ତାଙ୍କର ଗୀତ : ହେଲେ ପେସା ରେ ପୋଲିସ !!!

