ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ତିନି ଠାକୁର !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିରେ ବଡ଼ ଏକାଦଶୀ ତଥା ହରିଶୟନ ଏକାଦଶୀ ପାଳିତ ହୋଇଯାଇଛି । ଏହି ଏକାଦଶୀ ତଥା ବଡ଼ ଏକାଦଶୀ ପାଳନ କରିବା ଓ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିବା ସକାଶେ ପୁରପଲ୍ଲୀରୁ ଭକ୍ତଙ୍କ ସୁଅ ଛୁଟିଛି । ଏକାଦଶୀ ପାଳନ କଲେ ବହୁ ପୁଣ୍ୟ ମିଳେ ବୋଲି ଭକ୍ତଙ୍କ ମନରେ ବିଶ୍ୱାସ ରହିଛି । ଆଜି ସନ୍ଧ୍ୟା ସମୟରେ ତିନି ଠାକୁରଙ୍କୁ ସୁନା ବେଶ କରାଯିବ । ଠାକୁର ସୁନା ବେଶରେ ଭକ୍ତ ମାନଙ୍କୁ ଦର୍ଶନ ଦେବେ । ଆଖପାଖ ପୁରପଲ୍ଲୀରୁ ବହୁ ଭକ୍ତ ମାନେ ନଡ଼ିଆ କଦଳୀ ଧୂପଦୀପ ତୁଳସୀ ଧରି ଠାକୁର ପାଖକୁ ଆସି ପୂଜାର୍ଚ୍ଚନା କରିଥିଲେ । ଶାନ୍ତି ଶୃଙ୍ଖଳା ରକ୍ଷା କରିବା ସକାଶେ ପୋଲିସ ମୁତୟନ କରାଯାଇଛି ।

Leave a Reply

Your email address will not be published. Required fields are marked *