ରୋଟାରୀ କ୍ଲବ ଅଫ ଭୁବନେଶ୍ୱର ଆମିଟି ର ଅଧିଷ୍ଠାନ ଦିବସ କାର୍ଯ୍ୟକ୍ରମ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ରୋଟାରୀ କ୍ଲବ ଅଫ ଭୁବନେଶ୍ୱର ଆମିଟି ର ଅଧିଷ୍ଠାନ ଦିବସ କାର୍ଯ୍ୟକ୍ରମ ! ରାଜଧାନୀ ବୁଦ୍ଧ ମନ୍ଦିର ପରିସରରେ ଆୟୋଜିତ ଏହି ଷଷ୍ଠ ଅଧିଷ୍ଠାନ ଦିବସ କାର୍ଯ୍ୟକ୍ରମରେ ପୂର୍ବତନ ପ୍ରାନ୍ତପାଳ ଯଜ୍ଞାଶିଷ ମହାପାତ୍ର ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ ! ରୋଟାରୀ କ୍ଲବ ଅଫ ଭୁବନେଶ୍ୱର ଆମିଟି ର ସଭାପତି ସ୍ଵର୍ଣ୍ଣପ୍ରଭା ନନ୍ଦ ଙ୍କ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ବରିଷ୍ଠ ରୋଟାରୀଆନ ଯୋଗଦେଇ ଅନୁଷ୍ଠାନର ସାମାଜିକ କାମ ସବୁକୁ ବେଶ ପ୍ରସଂଶା କରିଥିଲେ ! ସମାଜର ଅନଗ୍ରସର ଲୋକଙ୍କ ଠାରୁ ଆରମ୍ଭ କରି ପଛୁଆ ବର୍ଗ ଲୋକଙ୍କୁ ଆବଶ୍ୟକ ସମୟରେ ସାହାଯ୍ୟ କରି ଆସୁଛି ରୋଟାରୀ କ୍ଲବ ଅଫ ଭୁବନେଶ୍ୱର ଆମିଟି ! ପରିବେଶ ସୁରକ୍ଷା ପାଇଁ ବୃକ୍ଷ ରୋପଣ , ଆବଶ୍ୟକ ସମୟରେ ରକ୍ତଦାନ ଶିବିର ଆୟୋଜନ , ବିଭିନ୍ନ ବାଳାଶ୍ରମ ଏବଂ ଵୃଦ୍ଧାଶ୍ରମରେ ଆବଶ୍ୟକୀୟ ସାମଗ୍ରୀ ବଣ୍ଟନ କାର୍ଯ୍ୟରେ ରୋଟାରୀ କ୍ଲବ ଅଫ ଭୁବନେଶ୍ୱର ଆମିଟି ଆଗାମୀ ଦିନରେ ଗୁରୁତ୍ୱ ଦେବ ବୋଲି ପ୍ରକାଶ କରିଥିଲେ ଅନୁଷ୍ଠାନର ସଦସ୍ୟ !

Leave a Reply

Your email address will not be published. Required fields are marked *