ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଶକ୍ତିକ୍ଷେତ୍ର ବାଣପୁରର ଆରାଧ୍ୟାଦେବୀ ମା’ ଭଗବତୀଙ୍କ ମନ୍ଦିର ଭିତର ହୁଣ୍ଡି ଆଜି ଖୋଲାଯାଇଛି । ଚାରିମାସର ବ୍ୟବଧାନ ପରେ ବାଣପୁର ତହସିଲ୍ ରେ ନୂତନ ଭାବେ ଯୋଗ ଦେଇଥିବା ତହସିଲଦାର ତଥା ଶ୍ରୀ ଶ୍ରୀ ଦକ୍ଷେଶ୍ଵର ଭଗବତୀ ଦେବୋତ୍ତର କାର୍ଯ୍ୟାଳୟ ପରିଚାଳନା କମିଟିର ସଭାପତି ଶ୍ରୀମତୀ ହରପ୍ରିୟା ମଲ୍ଲିକ ମହୋଦୟା ଆଜି ବାଣପୁର ଥାନା ଏସ୍.ଆଇ ପ୍ରଦୀପ୍ତ ସ୍ୱାଇଁ, କାର୍ଯ୍ୟାଳୟର କାର୍ଯ୍ୟନିର୍ବାହୀ ଅଧିକାରୀ ବାଳମୁକୁନ୍ଦ ଦାସ, କର୍ମଚ଼ାରୀ ସୁରେନ୍ଦ୍ର କୁମାର ସାହୁ, ଅକ୍ଷୟ କୁମାର ମିଶ୍ର, ଅଶ୍ୱିନୀ କୁମାର ମିଶ୍ର, କମଳ କୁମାର ମିଶ୍ର ଏବଂମନ୍ଦିର ନିଯୋଗୀ ସେବାୟତଙ୍କ ଉପସ୍ଥିତିରେ ମା’ଙ୍କ ନିକଟରେ ଦୀପ ଧୂପ ଲଗାଇ ପ୍ରାର୍ଥନା କରିବା ସହିତ ଭିତର ହୁଣ୍ଡିକୁ ଖୋଲିଥିଲେ । ଗଣତିମଣତିରୁ ସର୍ବମୋଟ ଟ୧,୪୨,୪୬୫ (ଏକ ଲକ୍ଷ ବୟାଳିଶି ହଜାର ଚାରିଶହ ପଞ୍ଚଷଠି)ଙ୍କା ମାତ୍ର ମିଳିଥିବା କଥା ଜଣାପଡ଼ିଲା । ହୁଣ୍ଡିରୁ ସଂଗୃହୀତ ଶ୍ରଦ୍ଧାଳୁଙ୍କ ଦାନ ଅର୍ଥ ସ୍ଥାନୀୟ ୟୁ.କୋ .ବ୍ୟାଙ୍କରେ ମା’ଙ୍କ ନାମରେ ଥିବା ଜମାଖାତାରେ ଜମା କରାଯାଇଛି । ଉକ୍ତ ଅର୍ଥ ମା’ଙ୍କ ଦୈନନ୍ଦିନ ନୀତିକାନ୍ତି ସେବାରେ ଲାଗିବ ବୋଲି କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ ।
ମା’ ଭଗବତୀଙ୍କ ଭିତର ହୁଣ୍ଡି ଖୋଲିଲା : ଶ୍ରଦ୍ଧାଳୁଙ୍କ ଦାନ ଅର୍ଥ ମା’ଙ୍କ ସେବାରେ ଲାଗିବ !!!

