ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ବାଙ୍କୀ ଏବଂ ଡମପଡା ବ୍ଲକ ରେ ବନ୍ୟା ବିତ୍ପାତ , ଗୃହପାଳିତ ପଶୁଙ୍କୁ ଖାଦ୍ୟ ଯୋଗାଣ ପାଇଁ ଦାବୀ କଲେ ଡମପଡା ବ୍ଲକ ଅଧ୍ୟକ୍ଷ ! ଲାଗି ରହିଛି ବନ୍ୟା ବିପତ୍ତି , ମହାନଦୀ ଅବବାହିକା ଅଞ୍ଚଳବାସୀ ହେଲେଣି ନୟାନ୍ତ ! ହୀରାକୁଦ ଡ୍ୟାମ ଗେଟ ଖୋଲାଯିବା ପରେ ଏବଂ ଲଘୁଚାପ ଜନିତ ଲଗାଣ ବର୍ଷା ପରେ ବଢୁଛି ମହାନଦୀ ଜଳସ୍ତର ! କଟକ ଜିଲ୍ଲାର ବାଙ୍କୀ ବଡମ୍ବା ଆଠଗଡ ଏବଂ ମୁଣ୍ଡଳୀ ଅଞ୍ଚଳରେ ଅନେକ ସ୍ଥାନରେ ହୋଇଛି ଜଳବନ୍ଦୀ ଅବସ୍ଥା ! ପ୍ରାୟ ଏକ ସପ୍ତାହ ଧରି ଗମନାଗମନ ବିଛିନ୍ନ ହୋଇଥିବା ସମୟରେ ନଦୀର ଜଳସ୍ତର କମିଲେ ହିଁ ମିଳିବ ଆଶ୍ବସ୍ତି ! ଡମପଡା ବ୍ଲକ ର ତାଳବସ୍ତ , ଅରପୁର , ଦୁଲଣାପୁର , ପାଥପୁର , ବିଲିପଡ଼ା ପ୍ରଭୃତି ଗ୍ରାମର ଏକର ଏକର ଚାଷ ଜମି ବୁଡି ରହିଛି ! ସେହିପରି ମୁଣ୍ଡଳୀ ଅଞ୍ଚଳରେ ସର୍ପେଶ୍ୱର ମନ୍ଦିର ପାଖ ବଉଳପଦା ଗ୍ରାମରେ ବଢି ପାଣି ପ୍ରବେଶ କରିବା ପରେ ସ୍ଥାନୀୟ ବାସିନ୍ଦା ଏବଂ ଗୃହପାଳିତ ପଶୁ ନାହିଁ ନଥିବା କଷ୍ଟ ଭୋଗୁଛନ୍ତି !
ବନ୍ୟା ବିତ୍ପାତ : ଗୃହପାଳିତ ପଶୁଙ୍କୁ ଖାଦ୍ୟ ଯୋଗାଣ ପାଇଁ ଦାବୀ କଲେ ଡମପଡା ବ୍ଲକ ଅଧ୍ୟକ୍ଷ !!!

