ମୃତ୍ତିକା ସଂରକ୍ଷଣ ବିଭାଗ ନିର୍ଦ୍ଦେଶକଙ୍କ ଦୁଇ ଦିନିଆ ଗଜପତି ଗସ୍ତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଓଡ଼ିଶା ସରକାରଙ୍କ ମୃତ୍ତିକା ସଂରକ୍ଷଣ ବିଭାଗ ନିର୍ଦ୍ଦେଶକ ସୁବ୍ରତ କୁମାର ପଣ୍ଡା ଦୁଇ ଦିନିଆ ଗଜପତି ଗସ୍ତ କରି ବିଭାଗର ବିଭିନ୍ନ ଉନ୍ନୟନ ମୂଳକ କାମର ତଦାରଖ କରିଥିଲେ । ମୋହନା ସ୍ଥିତ ଆକିଲି ଫାର୍ମ ଗସ୍ତ କରି ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା କରାଯାଇଥିବା ପାଞ୍ଚ ହେକ୍ଟର କଫି ଚାଷ ଓ ସେଠାରେ ଥିବା କଫି ଓ ସିଲଭର ବୁଲି ଦେଖିଥିଲେ ! ତାପରେ ଆର ଉଦୟଗିରି ଗସ୍ତ ସମୟରେ ରାମଗିରି ଠାରେ ଲଗା ଯାଇଥିବା ସିଲଭର ଓକ କୁ ହିତାଧିକାରୀଙ୍କୁ ପଟା ବଣ୍ଟନ କରାଯାଇଥିଲା ! ସନ୍ଧ୍ୟାରେ ପାରଳାଖେମୁଣ୍ଡି ରେ ଥିବା ଜଳଛ।ୟା ପ୍ରକଳ୍ପ ନିର୍ଦ୍ଦେଶକଙ୍କ କନଫରନ୍ସ ହଲ ଠାରେ ବିଭିନ୍ନ କାମର ସମୀକ୍ଷା କରିଥିଲେ । କାଶୀନଗର ବ୍ଲକ ଗସ୍ତ କରି ପ୍ରଧାନମନ୍ତ୍ରୀ କୃଷି ସିଞ୍ଚନ ଯୋଜନାରେ ହୋଇଥିବା ବିଭିନ୍ନ ପନିପରିବା ଚାଷ , ସିଲେଇ ତାଲିମ କେନ୍ଦ୍ର ଓ ଚେକଡ୍ୟାମ ଏବଂ ଏହାଦ୍ୱାରା ହେଉଥିବା ଜଳ ସେଚନ ଦେଖି ସନ୍ତୋଷ ପ୍ରକାଶ କରିଥିଲେ ! ଗସ୍ତ ସମୟରେ ଗଜପତି ର ଜଳଛ।ୟ। ପ୍ରକଳ୍ପ ନିର୍ଦ୍ଦେଶକ ଓ କର୍ମଚାରି ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *