ବାଙ୍କୀ ରେ ହୋଇପାରେ ଫେସ ଟୁ ଫେସ ପରିସ୍ଥିତି : ପୁଲିସ ପ୍ରଶାସନ ସଜାଗ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ପ୍ରଶାନ୍ତ କର : ବଦଳୁଛି ବାଙ୍କୀ ରାଜନୀତି ର ମାହୋଲ , ବଡ ଶକ୍ତି ପ୍ରଦର୍ଶନ ପାଇଁ ଚାଲିଛି ପ୍ରସ୍ତୁତି ! କର୍ମୀଙ୍କୁ ଏକାଠି କରୁଛନ୍ତି ବିଜେପି ନେତା , ଆଉ ତାର ମୁକାବିଲା ପାଇଁ ବାଙ୍କୀ ଜନତା ଦଳ ମଧ୍ୟ ଖଟାଇଛି ପୁରା ଶକ୍ତି ! ଗତ ସପ୍ତାହରେ ବିଜେପି ତରଫରୁ ଡମପଡା ବ୍ଲକ କାର୍ଯ୍ୟାଳୟ ଘେରାଉ ସମୟରେ ପଂଚାୟତ ସମିତିର ବହୁ ନିର୍ବାଚିତ ସଦସ୍ୟ ଏବଂ ବାଙ୍କୀ ବିଧାୟକଙ୍କ ସମର୍ଥକ , କାର୍ଯ୍ୟାଳୟ ଭିତରେ ଅଟକ ଥିବା ଏବିଡିଓ ଙ୍କୁ ଗହଳି ବାହାରକୁ ଆଣି କାର୍ଯ୍ୟାଳୟ ବାହାରକୁ ଯିବାର ରାସ୍ତା ପରିସ୍କାର କରିଥିଲେ ! ଡମପଡା ବ୍ଲକ ଅଧ୍ୟକ୍ଷ ପ୍ରଣବ କିଶୋର ପଟେଲ ଙ୍କ ପ୍ରଯୋଜନାରେ ଘଟିଥିବା ଏହି ଘଟଣାରେ ଫ୍ରଣ୍ଟ ଫୁଟ ରେ ଥିଲେ ବିଧାୟକଙ୍କ ଦୃଢ ସମର୍ଥକ ଅସିତ ଜେନା ! ଏପରିକି ବିଜେପି ର ସରକାର ଥାଇ , ବ୍ଲକ ଆଗରେ ବିଜେପିର ଏପରି ପ୍ରଦର୍ଶନକୁ ନେଇ ସାମାଜିକ ଗଣମାଧ୍ୟମରେ କଡା କଟାକ୍ଷ ଦେଇଥିଲେ ବ୍ଲକ ଅଧ୍ୟକ୍ଷ ! ଏହି ଘଟଣାକୁ ନେଇ ବିଜେପି ନେତା ତୁଷାରକାନ୍ତ ଚକ୍ରବର୍ତ୍ତୀ ଙ୍କ ପତିଆରା ମଉଳି ଯାଇଛି ! ତେଣୁ ବାଙ୍କୀ ରେ ବିଶେଷ କରି ଡମପଡା ବ୍ଲକ ରେ ନିଜର ଦମ ଦେଖାଇବା ପାଇଁ ପ୍ରସ୍ତୁତ ହୋଇଛି ମାଷ୍ଟର ପ୍ଲାନ , ଆଉ ତାର ସୁରାକ ପାଇ ମୁକାବିଲା ପାଇଁ କ୍ଷେତ୍ର ପ୍ରସ୍ତୁତ କଲେଣି ବିଧାୟକଙ୍କ ସମର୍ଥକ ! ତେବେ ସୂଚନା ଅନୁଯାୟୀ ପୁଲିସ ପ୍ରଶାସନ ମଧ୍ୟ ହୋଇ ଯାଇଛି ସଜାଗ ! କାରଣ ବାଙ୍କୀ ରେ କେବେବି ହୋଇପାରେ ଫେସ ଟୁ ଫେସ ପରିସ୍ଥିତି !

Leave a Reply

Your email address will not be published. Required fields are marked *