ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଡମପଡ଼ା ବ୍ଲକ ଅନ୍ତର୍ଗତ ବାଆଁରା ସ୍ଥିତ ସୁବୁଦ୍ଧେଶ୍ୱର ମିଳିତ ବିଦ୍ୟାପୀଠ ରେ ଆଜି ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ନିଶାମୁକ୍ତି ସଚେତନତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ବ୍ରହ୍ମକୁମାରୀ ଭଉଣୀ ପ୍ରତିମା ନିଶାମୁକ୍ତି ଅଭିଯାନ ସମ୍ପର୍କର ଆଭିମୁଖ୍ୟ ଓ ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ | ବ୍ରହ୍ମକୁମାରୀ ଅରୁଣା, ବିକେ କାଜଲ, ବିକେ ପ୍ରଦୀପ ଭାଇ ପ୍ରମୁଖ ଯୋଗଦେଇ ନିଶା ର କୁପରିଣାମ ସମ୍ପର୍କରେ ବକ୍ତବ୍ୟ ରଖିବା ସହିତ ନିଶାପାଣି ଠାରୁ ଦୁରେଇ ରହିବା ପାଇଁ ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଶପଥ କରାଇଥିଲେ | ପ୍ରଧାନଶିକ୍ଷକ ଶଶଧର ନାୟକ ଅଧ୍ୟକ୍ଷତାରେ ଆୟୋଜିତ ସଚେତନ ସଭାରେ ପଣ୍ଡିତ ପ୍ରହଲ୍ଲାଦ ବେଉରା, ବେଣୁଧର କବି ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ |ଶିକ୍ଷକ ପ୍ରମୋଦ କୁମାର ମୁଦୁଲି ସ୍ୱାଗତ ଭାଷଣ ଦେଇଥିବା ବେଳେ ଶିକ୍ଷକ ଗୁରୁଚରଣ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ |
ନିଶାମୁକ୍ତି ସଚେତନତା ଅଭିଯାନ !!!

