ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଠାରେ ଶନିବାର ଦିନ ୮୦ତମ ସ୍ବାଧୀନତା ଦିବସ ଅବସରରେ ଲଳିତ ମୋହନ ମିଶ୍ର ପାଇଛନ୍ତି ଶ୍ରେଷ୍ଠ ଶିକ୍ଷକ ସମ୍ମାନ – ୨୦୨୬ । ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ, ନିଷ୍ଠାପର ସାମାଜିକ ସେବା, ପ୍ରଶଂସନୀୟ ଜନହିତକର କାର୍ଯ୍ୟ ତଥା ସୃଜନଶୀଳତା କ୍ଷେତ୍ରରେ ଉଚ୍ଚ କୋଟୀର ଅବଦାନ ପାଇଁ ଜିଲ୍ଲା ଶିକ୍ଷାଧିକାରୀ ତଥା ଜିଲ୍ଲା ପ୍ରଶାସନ ଚଳିତ ବର୍ଷର ଶ୍ରେଷ୍ଠ ଶିକ୍ଷକ ଭାବରେ ଖଣି ସରକାରୀ ଉଚ୍ଚ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ଶ୍ରୀ ଲଳିତ ମୋହନ ମିଶ୍ରଙ୍କୁ ମନୋନୀତ ଓ ସମ୍ମାନିତ କରିଥିଲେ । ଉକ୍ତ ଉତ୍ସବରେ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ଗୋକୁଳାନନ୍ଦ ମଲ୍ଲିକ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ତଥା ଅଣୁ କ୍ଷୁଦ୍ର ଓ ମଧ୍ଯମ ଭଦ୍ୟୋଗ ବିଭାଗ, ଓଡିଶା ତଥା ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ଅକ୍ଷୟ ସୁନୀଲ ଅଗ୍ରଓ୍ବାଲ , ଗଜପତି ଆରକ୍ଷୀ ଅଧୀକ୍ଷକ ଶ୍ରୀଯୁକ୍ତ ପ୍ରହଲ୍ଲାଦ ସହାୟୀ ମୀନା ଏବଂ ପାରଳାଖେମୁଣ୍ଡି ବନଖଣ୍ଡ ଶ୍ରୀଯୁକ୍ତ କେ. ନାଗରାଜୁ ଇତ୍ଯାଦି ଅଧିକାରୀଗଣ ଉପସ୍ଥିତ ଥିଲେ । ଶ୍ରୀ ମିଶ୍ର ଜଣେ କର୍ଭବ୍ୟନିଷ୍ଠ, ଆଦର୍ଶ ଶିକ୍ଷକ, ତଥା ଛାତ୍ରଛାତ୍ରୀ ବତ୍ସଳ ଭାବରେ ସମଗ୍ର ଜିଲ୍ଲାରେ ପରିଚିତ। ତାଙ୍କର ମାର୍ଗ ଦର୍ଶନରେ ଚଳିତ ବର୍ଷ ଦଶମ ଶ୍ରେଣୀ ବୋର୍ଡ଼ ପରୀକ୍ଷାରେ ଛାତ୍ରୀମାନେ ଶତପ୍ରତିଶତ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି। ଏହି ସଫଳତାରେ ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା ମଙ୍ଗଳ ଅଧିକାରୀ ତଥା ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ସହିତ ବିଦ୍ୟାଳୟର ଅନ୍ୟ ଶିକ୍ଷକ ଓ ଶିକ୍ଷୟିତ୍ରୀ ବୁଦ୍ଧିଜୀବୀ ଜନପ୍ରତିନିଧି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

