ଡାହାଣ ପାଖରେ ତୁଷାରକାନ୍ତ : କିନ୍ତୁ ହୃଦୟ ଭିତରେ ଦେବୀରଞ୍ଜନ ତ୍ରିପାଠୀ !

Spread the love

କଟକ ( ଆୱାଜ ମିଡ଼ିଆ ) – ଦିଲ୍ଲୀପ ପତି : ଅବସର ଥିଲା ଭତାରୀୟ ଜନତା ପାର୍ଟି ଦ୍ୱାରା ଆୟୋଜିତ ବିଭାଜନ ବିଭୀଷିକା ସ୍ମୃତି କାର୍ଯ୍ୟକ୍ରମର , କଟକ ସାଂସଦ ଭର୍ତ୍ତୃହରି ମହତାବ ବାଙ୍କୀ ର ରାଜନୈତିକ ଛକା ପଞ୍ଝା ନେଇ ଗଣମାଧ୍ୟମକୁ ଯାହା ବୟାନ ଦେଲେ – ତାହା ସ୍ପଷ୍ଟ କରୁଛି ଅନେକ ଜିନିଷ ! ଦଳ ବଦଳିଛି , ଚିହ୍ନ ବଦଳିଛି – ହେଲେ ତ୍ରିପାଠୀ ଆଣ୍ଡ କୋ ସହିତ ଭାବ ସେହି ପୁରୁଣା ! ଦଳର ଦଳ ସହିତ ଯେତେ ରାଜନୈତିକ ତିକ୍ତତା ହେଉ ପଛେ , ବିଗତ ଛ ଟି ନିର୍ବାଚନର ପୋଷ୍ଟର ପାର୍ଟନର ଓ ତାଙ୍କ ପରିବାର ପ୍ରତି ଆଜି ବି ସେହି ଦରଦ ଓ ଭଲ ପାଇବା ଅଛି ! ଏପରିକି ଗତ ସାଧାରଣ ନିର୍ବାଚନ ପୂର୍ବରୁ ଆମ ପ୍ରଶ୍ନର ସେମିତି ଏକ ଉତ୍ତର ଦେଇଥିଲେ ପ୍ରଭାତ ତ୍ରିପାଠୀ ! ଦଳ ଅଲଗା ହୋଇପାରେ , ଦଳୀୟ କନ୍ଦଳ ତୀବ୍ର ହୋଇପାରେ , ହେଲେ କାଳିଗଳି ଏବଂ ବିହାରୀବାଗ ଲିଙ୍କ ଭିତରେ ବାରଙ୍ଗ ଦାରୁଠେଙ୍ଗ କେବେ ଭିତରକୁ ଆସିବ ନାହିଁ ଏକଥା ତେରେଛା ଭାବରେ ପ୍ରକାଶ କଲେ ମହତାବ ! ବାଙ୍କୀ ରେ ଦେବୀରଞ୍ଜନ ଓ ପ୍ରଭାତ ତ୍ରିପାଠୀ ଙ୍କ ସମର୍ଥକ ଏବଂ ତୁଷାରକାନ୍ତ ଙ୍କ ସମର୍ଥକ ଙ୍କ ଭିତରେ ଛତିଶ ଆଖଡ଼ା ଚାଲିଛି ! ପରିସ୍ଥତି ଏପରି ହେଲା ଯେ , ପ୍ରଶାସନକୁ ଧାରା 163 ଲଗାଇବାକୁ ପଡିଲା ! ହେଲେ ବିଜେପି ସାଂସଦ କହୁଛନ୍ତି , ଦିଲ୍ଲୀପ ରାୟ ଙ୍କୁ ଭୋଟ ଦେବା ପରେ ବାଙ୍କୀ ବିଧାୟକଙ୍କ ପ୍ରତି ପ୍ରଶାସନର ସଫ୍ଟ କର୍ଣ୍ଣର ରହିଛି ! ବାଙ୍କୀ ବିଜେପି ନେତା ତୁଷାରକାନ୍ତ ଚକ୍ରବର୍ତ୍ତୀଙ୍କ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମକୁ , ତୁଷାରକାନ୍ତ ଙ୍କ ଦ୍ୱାରା ନିମନ୍ତ୍ରିତ ହୋଇ ଅତିଥି ହୋଇ ଯାଇଥିଲେବି , ସାଂସଦ ଙ୍କ ବୟାନ ସ୍ପଷ୍ଟ କଲାଯେ ତାଙ୍କ ଡାହାଣ ପାଖରେ ତୁଷାରକାନ୍ତ ଅଛନ୍ତି କିନ୍ତୁ ହୃଦୟ ଭିତରେ ଦେବୀରଞ୍ଜନ ତ୍ରିପାଠୀ !

Leave a Reply

Your email address will not be published. Required fields are marked *