ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଏୟାର ଫୋର୍ସ ଇନ୍ଦୂର୍ ସ୍ପୋର୍ଟସ କମ୍ପ୍ଲେକ୍ସ , କେନ୍ଦ୍ରୀୟ ବିଦ୍ୟାଳୟ ନମ୍ୱର -୨ , ଜଳାହ୍ଲି (ଇଷ୍ଟ) ବାଙ୍ଗାଲୋର ଠାରେ ଜାତୀୟ ସ୍ତରୀୟ ତାଇକୋଣ୍ଡୋ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ଏହି ଜାତୀୟ ତାଇକୋଣ୍ଡୋ ପ୍ରତିଯୋଗିତା କେନ୍ଦ୍ରୀୟ ବିଦ୍ୟାଳୟ ଦ୍ବାରା ଆୟୋଜନ କରଯାଇଥିଲା । ଏଥିରେ ଭାରତର ବିଭିନ୍ନ ରାଜ୍ୟରୁ ପ୍ରାୟ ୮୦୦ ଜଣ ଖେଳାଳୀ ଅଂଶଗ୍ରହଣ କରିଥିଲେ । ଗଜପତି ଜିଲ୍ଲାର , ଜିଲ୍ଲା ତାଇକୋଣ୍ଡୋ ଅନୁଷ୍ଠାନରୁ ଜଣେ ବାଳିକା ସୁବର୍ଣ୍ଣା ସାହୁ ପ୍ରତିଯୋଗୀ ଭାବରେ ଅଂଶଗ୍ରହଣ କରିଥିଲେ । ଏହି ପ୍ରତିଯୋଗିତାରେ ସୁବର୍ଣ୍ଣା ସାହୁ ( ଅଣ୍ଡର -୧୭ , ଅଣ୍ଡର-୫୯ କେଜି ୱେଟ୍ କେଟଗୋରୀ ) ରେ ଅଂଶଗ୍ରହଣ କରି କାଂସ୍ୟ ପଦକ ହାସଲ କରି ଗଜପତି ଜିଲ୍ଲାର ମାନ ରଖିଛନ୍ତି ବୋଲି ଗଜପତି ଜିଲ୍ଲା ତାଇକୋଣ୍ଡୋ ଏକାଡେମୀର ସମ୍ପାଦକ କାର୍ତ୍ତିକ ଚନ୍ଦ୍ର ମହାପାତ୍ର ଏକ ପ୍ରେସ ବିବୃତ୍ତି ରେ ଜଣାଇଛନ୍ତି ।
କେନ୍ଦ୍ରୀୟ ବିଦ୍ୟାଳୟ ଜାତୀୟ ସ୍ତରୀୟ ତାଇକୋଣ୍ଡୋ ପ୍ରତିଯୋଗୀତାରେ ଗଜପତି ଛାତ୍ରୀ ଙ୍କ ସଫଳତା !!!

