ଘର ଭାଙ୍ଗି ଚୋରି ଘଟଣା ର ଫର୍ଦ୍ଦ।ଫାସ : ଅଭିଯୁକ୍ତ ଗିରଫ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳାଖେମୁଣ୍ଡି ସହର ସଞ୍ଜୟ ଗାନ୍ଧୀ କଲୋନୀରେ ଘଟିଥିବା ଏକ ବଡ଼ ଧରଣର ଚୋରି ଘଟଣାର ପର୍ଦ୍ଦାଫାସ କରିଛି ପୁଲିସ ! ଅଭିଯୁକ୍ତ ସର୍ବସୁଧି କୁମାର ସ୍ୱାମୀ କୁ ଗିରଫ କରାଯାଇଛି । ଏ ସମ୍ପର୍କରେ ଆଦର୍ଶ ଥାନା ପାରଳାଖେମୁଣ୍ଡିରେ ମାମଲା ରୁଜୁ ହୋଇଥିଲା । ଅଭିଯୋଗକାରିଣୀ ଶ୍ରୀମତୀ ସରାବସୁଧି ସନ୍ତୋଷିନୀ ଘରେ ନଥିବା ସମୟରେ ଗତ ୭ ତାରିଖ ମଧ୍ୟରାତ୍ରିରେ ଦୁର୍ବୃତ୍ତ ମାନେ ତାଙ୍କ ଘର ଓ ଆଲମାରୀର ତାଲା ଭାଙ୍ଗି ସୁନା, ରୂପା ଅଳଙ୍କାର ସହିତ ନଗଦ ପାଞ୍ଚ ଲକ୍ଷ ପଚାଶ ହଜାର ଟଙ୍କା ଚୋରି କରି ନେଇଥିଲେ । ତଦନ୍ତ ସମୟରେ ମିଳିଥିବା ନିର୍ଦ୍ଦିଷ୍ଟ ସୂଚନା ଆଧାରରେ ପୋଲିସ ଅଭିଯୁକ୍ତଙ୍କୁ କୋରାପୁଟ ଜିଲ୍ଲାର ସିମିଳିଗୁଡ଼ା ଅଞ୍ଚଳରୁ ଠାବ କରି ଗିରଫ କରିଥିଲା । ପରବର୍ତ୍ତୀ ତଦନ୍ତ ଓ କୋରାପୁଟ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ପୋଲିସ ପ୍ରାୟ ୭.୫ ତୋଳା ସୁନା ଅଳଙ୍କାର, ୯୦ ତୋଳା ରୂପା ସାମଗ୍ରୀ , ଚୋରି ସାମଗ୍ରୀ ବିକ୍ରୟରୁ ପ୍ରାପ୍ତ ଏକ ଲକ୍ଷ ବୟାଅଶୀ ହଜାର ଟଙ୍କା ଏବଂ ଗୋଟିଏ ମୋବାଇଲ୍ ଫୋନ୍ ଜବତ କରିଛି । ଗିରଫ ଅଭିଯୁକ୍ତଙ୍କୁ ଆଜି କୋର୍ଟକୁ ଚାଲାଣ କରାଯାଇଛି । ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଧରିବା ଏବଂ ବଳକା ଚୋରି ସମ୍ପତ୍ତି ଉଦ୍ଧାର ପାଇଁ ତଦନ୍ତ ଜାରି ରହିଛି ।

Leave a Reply

Your email address will not be published. Required fields are marked *