ମା ଚର୍ଚ୍ଚିକା ପରିକ୍ରମା ପ୍ରକଳ୍ପ ନିର୍ମାଣ କାମରେ ବିଳମ୍ବ ନେଇ ଅସନ୍ତୋଷ ପ୍ରକାଶ କଲେ କଟକ ସାଂସଦ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ମା ଚର୍ଚ୍ଚିକା ଙ୍କ ପୀଠରେ ହେବ ଅତ୍ୟାଧୁନିକ ଲିପ୍ଟ.ବ୍ୟବସ୍ଥା , ହେଲା ଶିଳାନ୍ୟାସ ! ପରିକ୍ରମା ପ୍ରକଳ୍ପ ନିର୍ମାଣ କାମରେ ବିଳମ୍ବ ନେଇ ଅସନ୍ତୋଷ ପ୍ରକାଶ କଲେ କଟକ ସାଂସଦ ! ଶ୍ରଦ୍ଧାଳୁ ମାନେ ପାହାଡ଼ ଉପର କୁ ଯାଇ ମାଙ୍କ ସହଜ ଦର୍ଶନକୁ ଦୃଷ୍ଟି ରେ ରଖି କଟକ ସାଂସଦ ଙ୍କ ପ୍ରଚେଷ୍ଟା ରେ ରାଜ୍ୟର ଅନ୍ୟତମ ଶକ୍ତିକ୍ଷେତ୍ର ବାଙ୍କୀ ର ମା ଚର୍ଚ୍ଚିକା ଙ୍କ ପୀଠ ରେ ଲାଗିବାକୁ ଯାଉଛି ଅତ୍ୟାଧୁନିକ ଲିପ୍ଟ.! କଟକ ସାଂସଦ , କଟକ ଜିଲ୍ଲାପାଳ , ସ୍ଥାନୀୟ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ , ବିଜେପି ନେତା ତୁଷାରକାନ୍ତ ଚକ୍ରବର୍ତ୍ତୀଙ୍କ ଉପସ୍ଥିତିରେ ଏହା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି ! ଯାହା ଆଗାମୀ ଦିନ ରେ ମା ଙ୍କ ପାହାଡ଼ର ଉଚ୍ଚତା ପାଇଁ ମା ଙ୍କ ଦର୍ଶନ ନ କରି ମନଉଣା କରି ତଳୁ ଫେରୁଥିବା ଶ୍ରଦ୍ଧାଳୁ ଙ୍କୁ ସହାୟକ ହେବ ! ଏହା ପାଇଁ ୮0 ଲକ୍ଷ ଟଙ୍କା ର ବ୍ୟୟ ବରାଦ ହେବ , ୬ ମାସ ମଧ୍ୟ ରେ କାମ ସମାପ୍ତ ର ଲକ୍ଷ୍ୟ ରହିଛି ! ପୂର୍ବ ସରକାର ଙ୍କ ସମୟରେ ଯେଉଁ ମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ କାମ ଚାଲୁ ରହିଥିଲା ତାହା ଅଦ୍ୟାବଧି ସରିବାର ନାଁ ଧରୁନି. ଯେଉଁଥିପାଇଁ କ୍ଷୋଭ ପ୍ରକାଶ କରିଛନ୍ତି ସାଂସଦ ଶ୍ରୀଯୁକ୍ତ ମହତାବ ! କିଭଳି ଯୁଦ୍ଧକାଳୀନ ଭିତ୍ତିରେ କାମ ସମ୍ପନ୍ନ କରାଯାଇ ପାରିବ ଏ ନେଇ ବିଭାଗୀୟ ଅଧିକାରୀ ଙ୍କ ସେ ଦିଗରେ କାମ କରିବା ପାଇଁ ନିର୍ଦେଶ ଦେଇଛନ୍ତି ! ଅନ୍ୟପଟେ ପୂର୍ତ୍ତ ବିଭାଗ ଅଧିକାରୀ କହିଛନ୍ତି ଠିକାଦାର ର ମନମାନୀ ପାଇଁ ବାରମ୍ବାର ତାଗିଦ କରାଯିବା ସହିତ ନୋଟିସ ମଧ୍ୟ କରାଯାଇଛି. ଖୁବ ଶୀଘ୍ର ଆସନ୍ତା ୬ ମାସ ମଧ୍ୟରେ ମା ଚର୍ଚ୍ଚିକା ଙ୍କ ପରିକ୍ରମା ପ୍ରକଳ୍ପ ର ନିର୍ମାଣ କାମ ସରିବ ବୋଲି କହିଛନ୍ତି ଅଧିକାରୀ. ଅପର ପଟେ ମା ଚର୍ଚ୍ଚିକା ଙ୍କ ମନ୍ଦିର ନିକଟ କୁ ଯେଉଁ ନୂତନ ଲିପ୍ଟ ର ବ୍ୟବସ୍ଥା ପାଇଁ ଆଜି ଭିତ୍ତିପ୍ରସ୍ତର ସ୍ଥାପନ କରାଗଲା ଏଥିପାଇଁ ମନ୍ଦିର ସେବାୟତ ପରିଚାଳନା କମିଟି ସ୍ଥାନୀୟ ବାଙ୍କୀ ବାସୀଙ୍କ ପକ୍ଷରୁ ସାଂସଦ ଶ୍ରୀଯୁକ୍ତ ଭର୍ତ୍ତୃହରି ମହତାବ ଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଛି.

 

Leave a Reply

Your email address will not be published. Required fields are marked *