ନୟାଗଡ଼ରେ ପ୍ୟାନେଲ ଓକିଲ ଓ ପାରା-ଲିଗାଲ୍ ଭଲ୍ୟୁଣ୍ଟିୟରଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ସ୍ୱରୂପ ପଟ୍ଟନାୟକ : ନୟାଗଡ଼ରେ ପ୍ୟାନେଲ ଓକିଲ ଓ ପାରା-ଲିଗାଲ୍ ଭଲ୍ୟୁଣ୍ଟିୟରଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ! ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନୟାଗଡ଼ ପକ୍ଷରୁ ପ୍ୟାନେଲ ଓକିଲ ଓ ପାରା-ଲିଗାଲ୍ ଭଲ୍ୟୁଣ୍ଟିୟରମାନଙ୍କ ପାଇଁ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଆଇନ ସେବା କାର୍ଯ୍ୟକ୍ରମକୁ ଅଧିକ ପ୍ରଭାବଶାଳୀ କରିବା ସହ ଆଇନଗତ ସହାୟତା ପ୍ରଦାନରେ ପ୍ୟାନେଲ ଓକିଲ ଓ ପାରା-ଲିଗାଲ୍ ଭଲ୍ୟୁଣ୍ଟିୟରଙ୍କ ଦକ୍ଷତା ବୃଦ୍ଧି କରିବା ଏହି ପ୍ରଶିକ୍ଷଣର ମୁଖ୍ୟ ଉଦ୍ଦେଶ୍ୟ ଥିଲା । କାର୍ଯ୍ୟକ୍ରମରେ ଡା. ଇନ୍ଦୁ ଶର୍ମା, ବିଚାରପତି, ପରିବାର ଅଦାଲତ, ନୟାଗଡ଼; ଶ୍ରୀମତୀ ଅଞ୍ଜଳି ମଛଖଣ୍ଡ ଏବଂ ପୂର୍ବତନ ସରକାରୀ ଓକିଲ ଶ୍ରୀ ଦଣ୍ଡପାଣି ସ୍ୱାଇଁ ରିସୋର୍ସ ପର୍ସନ୍‌ ଭାବେ ଯୋଗ ଦେଇଥିଲେ । ପ୍ରଶିକ୍ଷଣ ସମୟରେ ମଧ୍ୟସ୍ଥତା (Mediation), ଆର୍ବିଟ୍ରେସନ୍ (Arbitration), ସମଝୋତା/ସମାଧାନ (Conciliation) ଏବଂ ଅର୍ଣ୍ଣେଶ କୁମାର ରାୟ (Arnesh Kumar Judgment) ସମେତ ବିଭିନ୍ନ ଆଇନଗତ ବିଷୟ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। ବିଶେଷକରି ବିବାଦର ସମାଧାନରେ ମଧ୍ୟସ୍ଥତା ଓ ସମଝୋତାର ଗୁରୁତ୍ୱ, ଆଇନଗତ ପ୍ରକ୍ରିୟା ଏବଂ ସମ୍ପୃକ୍ତ ନ୍ୟାୟିକ ନିର୍ଦ୍ଦେଶ ସମ୍ପର୍କରେ ରିସୋର୍ସ ପର୍ସନ୍‌ ମାନେ ଆଲୋକପାତ କରିଥିଲେ । ଏହି ଅବସରରେ ସମସ୍ତ ପ୍ୟାନେଲ ଓକିଲ ରିସୋର୍ସ ପର୍ସନ୍‌ମାନଙ୍କ ସହ ଆଲୋଚନା କରିବା ସହ ବିଭିନ୍ନ ଆଇନଗତ ବିଷୟ ଉପରେ ନିଜର ପ୍ରଶ୍ନ ଓ ମତାମତ ରଖିଥିଲେ। ରିସୋର୍ସ ପର୍ସନ୍‌ମାନେ ସେମାନଙ୍କ ପ୍ରଶ୍ନର ଉତ୍ତର ଦେଇ ବ୍ୟବହାରିକ ଜ୍ଞାନ ଓ ଆଇନଗତ ପ୍ରକ୍ରିୟା ସମ୍ପର୍କରେ ମାର୍ଗଦର୍ଶନ କରିଥିଲେ । କାର୍ଯ୍ୟକ୍ରମଟି ପ୍ୟାନେଲ ଓକିଲ ଓ ପାରା-ଲିଗାଲ୍ ଭଲ୍ୟୁଣ୍ଟିୟରମାନଙ୍କ ଆଇନଗତ ଜ୍ଞାନ ଓ ଦକ୍ଷତା ବୃଦ୍ଧିରେ ଉପଯୋଗୀ ହୋଇଥିଲା ।

Leave a Reply

Your email address will not be published. Required fields are marked *