ପାରାଦୀପ ( ଆୱାଜ ମିଡ଼ିଆ ) – ରବିନ ବିଶ୍ୱାସ : ପାରାଦୀପରେ ଚୋରଙ୍କ ଉପରେ ପୋଲିସର ଚଢ଼ାଉ ! ବନ୍ଧୁକ ଦେଖାଇ ୧୨ ଲକ୍ଷର ସୁନା ଲୁଟ୍, ଘରୁ ଟିଭି – ସାନିଟାରୀ ସାମଗ୍ରୀ ଚୋରି—୨୪ ଘଣ୍ଟାରେ ଧରାପଡ଼ିଲେ ୩ ଅଭିଯୁକ୍ତ ! ପାରାଦୀପରେ ଚୋରି ଓ ଲୁଟ୍ ବିରୋଧରେ ପୋଲିସର ବଡ଼ ସଫଳତା । ଗୋଟିଏ ପଟେ ଦିନ ଦ୍ୱିପ୍ରହରରେ ବନ୍ଧୁକ ଦେଖାଇ ଜୁଏଲାରୀ ଦୋକାନରୁ ପ୍ରାୟ ୧୨ ଲକ୍ଷ ଟଙ୍କାର ସୁନା ଲୁଟ୍ । ଅନ୍ୟପଟେ ରାତିରେ ଘରେ ପଶି ଦୁଇଟି ଟିଭି ସହ ସାନିଟାରୀ ସାମଗ୍ରୀ ଚୋରି । ଦୁଇଟି ମାମଲାରେ ତୁରନ୍ତ ତଦନ୍ତ କରି ମୋଟ ୩ ଜଣଙ୍କୁ ଗିରଫ କରିଛି ପୋଲିସ। ଜବତ ହୋଇଛି ଚୋରି ଓ ଲୁଟ୍ ସାମଗ୍ରୀ ସହ ଅସ୍ତ୍ର ଓ ବାଇକ୍ । ପାରାଦୀପ ତାରିଣୀଗଡ଼ାସ୍ଥିତ ସାଧନା ଜୁଏଲାରୀରେ ଦିନ ଦ୍ୱିପ୍ରହରରେ ଲୁଟ୍ ଘଟଣା। ସେପ୍ଟେମ୍ବର ୨୬ ତାରିଖ ଅପରାହ୍ନ ପ୍ରାୟ ୩ଟା ୨୮ ମିନିଟ୍ରେ ଦୋକାନରେ ଦୁଇଜଣ କର୍ମଚାରୀ ଥିବା ସମୟରେ ଜଣେ ବ୍ୟକ୍ତି ପଶିଥିଲେ । ବନ୍ଧୁକ ଦେଖାଇ ଧମକ ଦେଇ ପ୍ରାୟ ୧୦୦ ଗ୍ରାମ ଓଜନର ୨୩ଟି ସୁନା ମୁଦି, ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୧୨ ଲକ୍ଷ ଟଙ୍କା, ନେଇ ଫେରାର ହୋଇଥିଲେ । ବନ୍ଧୁକ ଦେଖାଇ ୨୩ ସୁନା ମୁଦି ଗାଏବ୍ ! ୧୨ ଲକ୍ଷର ସୁନା ଲୁଟ୍ ! ତଦନ୍ତ ବେଳେ ପୋଲିସ CCTV ଫୁଟେଜ୍ ଯାଞ୍ଚ କରିଥିଲା। ଘଟଣାର ଗୋଟିଏ ଦିନ ପୂର୍ବରୁ ମଧ୍ୟ ସମ୍ପୃକ୍ତ ବ୍ୟକ୍ତି ଜୁଏଲାରୀ ଦୋକାନକୁ ଆସିଥିବା ଦୃଶ୍ୟ CCTVରେ କଏଦ ହୋଇଥିଲା । ଫୁଟେଜ୍ ଓ ସ୍ଥାନୀୟ ସୂଚନା ଆଧାରରେ ପୋଲିସ ଅଭିଯୁକ୍ତଙ୍କୁ ଠାବ କରିଥିଲା। ଗିରଫ ଅଭିଯୁକ୍ତ ହେଉଛନ୍ତି ୨୬ ବର୍ଷୀୟ ତୁଷାର କୁମାର ସାହୁ । ଅଭିଯୁକ୍ତଙ୍କ ନିକଟରୁ ୨୩ଟି ୨୨ କ୍ୟାରେଟ୍ ସୁନା ମୁଦି, ଏକ ପିସ୍ତଲ ଏବଂ ଏକ ବଜାଜ୍ ପଲସର୍ ୨୨୦ ବାଇକ୍ ଜବତ ହୋଇଥିବା ପୋଲିସ ପ୍ରେସ୍ ନୋଟ୍ରେ କୁହାଯାଇଛି । ଘରେ ପଶି ଚୋରି , ସେପଟେ ପାରାଦୀପ ଲକ୍ ଥାନା ଅଧୀନ ଜିରୋ ପଏଣ୍ଟ ପରେଶ୍ୱର କଲୋନୀରେ ରାତିରେ ଘରେ ପଶି ଚୋରି । ସେପ୍ଟେମ୍ବର ୨୫ରୁ ୨୬ ତାରିଖ ଭୋର ମଧ୍ୟରେ ଘରର ସ୍କାଏଲାଇଟ୍ ଭାଙ୍ଗି ଭିତରକୁ ପଶିଥିଲେ ଚୋର। ଘରୁ ଦୁଇଟି ୩୨ ଇଞ୍ଚ ପାନାସୋନିକ୍ LED ଟିଭି ସହ ବିଭିନ୍ନ ସାନିଟାରୀ ସାମଗ୍ରୀ ଚୋରି ହୋଇଥିଲା । ରାତିରେ ଘରେ ଚୋରି ! ସ୍କାଏଲାଇଟ୍ ଭାଙ୍ଗି ଘରେ ପଶିଲେ ! ଟିଭି ଓ ସାନିଟାରୀ ସାମଗ୍ରୀ ନେଇ ଛୁ ! ୨୪ ଘଣ୍ଟାରେ ପର୍ଦ୍ଦାଫାଶ ! ଅଭିଯୋଗ ପରେ ପାରାଦୀପ ଲକ୍ ଥାନା ପୋଲିସ ତ୍ୱରିତ ତଦନ୍ତ କରି ଦୁଇ ଅଭିଯୁକ୍ତଙ୍କୁ ଧରିଥିଲା । ଗିରଫ ଦୁଇ ଅଭିଯୁକ୍ତ ହେଲେ ଲକି ଓରଫ ଆଶୁତୋଷ ବେହେରା ଏବଂ ଅଜୟ ଓରଫ ମନୋଜ ଦାସ। ସେମାନଙ୍କ ନିକଟରୁ ଚୋରି ହୋଇଥିବା ଦୁଇଟି LED ଟିଭି ଓ ସାନିଟାରୀ ସାମଗ୍ରୀ ଜବତ ହୋଇଛି । ଗୋଟିଏ ଦିନରେ ଦୁଇ ଦୁଇଟି ଚୋରି ଓ ଲୁଟ୍ ମାମଲାର ପର୍ଦ୍ଦାଫାଶ ! ବନ୍ଧୁକ ଦେଖାଇ ୧୨ ଲକ୍ଷର ସୁନା ଲୁଟ୍…ରାତିରେ ଘରୁ ଟିଭି ଚୋରି… ଆଉ ପୋଲିସର ତୁରନ୍ତ ତଦନ୍ତରେ ଧରାପଡ଼ିଲେ ମୋଟ ୩ ଅଭିଯୁକ୍ତ ! ଦୁଇଟି ମାମଲାରେ ଜବତ ସାମଗ୍ରୀ ଓ ଅନ୍ୟାନ୍ୟ ଦିଗକୁ ନେଇ ପୋଲିସର ତଦନ୍ତ ଜାରି ରହିଛି ।
ବନ୍ଧୁକ ଦେଖାଇ ଲୁଟ୍ : ୨୪ ଘଣ୍ଟାରେ ଧରାପଡ଼ିଲେ ୩ ଅଭିଯୁକ୍ତ !!!

