ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ର ଗୋଳିଆ ରାଜନୈତିକ ପରିସ୍ଥିତିକୁ ନେଇ ଚାପରେ ଅଛନ୍ତି କି କଟକ ସାଂସଦ ଭର୍ତ୍ତୃହରି ମହତାବ ! କଟକ ଲୋକସଭା କ୍ଷେତ୍ରର ପ୍ରାୟତ ଅନ୍ୟ ସମସ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେପି ର ସ୍ଥିତି ସ୍ୱାଭାବିକ ଥିବା ସମୟରେ ବାଙ୍କୀ ରେ ଘଡିକେ ଘୋଡା ଛୁଟୁଛି ! ବାଙ୍କୀ ବିଜେପିରେ ନେତୃତ୍ୱ ପାଇଁ ଦୁଇ ଦାବୀଦାର , ସେଥିରେ ପୁଣି ଆଉ ଜଣେ ଦମ୍ଭିଲା ଆଶାୟୀ ନେତା ! ସାଂସଦ କରିବେ ତ କଣ କରିବେ , କାର୍ଯ୍ୟକ୍ରମକୁ ଯିବା ପୂର୍ବରୁ ଆଗ ଦେଖିବାକୁ ପଡୁଛି ଅନ୍ୟ ଅତିଥି କିଏ ! ବିଜେଡି ରେ ସିଲଭର ଜୁବୁଲି ପାଳନ କରି ପଦ୍ମ ଦଳକୁ ଆସିଛନ୍ତି ବାବୁ ଭର୍ତ୍ତୃହରି , ଗତ ନିର୍ବାଚନ ବେଳେ ଟିକେଟ ବଣ୍ଟନକୁ ନେଇ ବାଙ୍କୀ ଏବଂ ବଡମ୍ବା ରେ ଅସନ୍ତୋଷ ଥିବାରୁ ତାଙ୍କୁ ମଧ୍ୟ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥିଲା ! ବଡମ୍ବା ରେ ସ୍ୱାଧୀନ ପ୍ରାର୍ଥୀ ବିଜୟ ଦଳବେହେରା ଙ୍କ ସମର୍ଥକ କେତେକେ ରାଲିରେ ବିରୋଧ କରିଥିବା ସମୟରେ , ବାଙ୍କୀ ରେ ଅସନ୍ତୁଷ୍ଟ ନେତାଙ୍କ ସମର୍ଥକ ଯାତମୁଣ୍ଡିଆ ଅରାଚଣ୍ଡୀ ପୀଠରେ ଯୁଦ୍ଧମ ଦେହି ଡାକରା ଦେଇଥିଲେ ! ତେବେ ଏ ମଧ୍ୟରେ ବଡମ୍ବା ର ଅବସ୍ଥା ସ୍ୱାଭାବିକ ହୋଇ ଯାଇଛି , ହେଲେ ବାଙ୍କୀ ରେ ବଢୁଛି ସମସ୍ୟା ! କଳାପଥର ସେବା ସମବାୟ ସମିତି କାର୍ଯ୍ୟକ୍ରମରେ ବାଙ୍କୀ ବିଧାୟକ ଏବଂ ବିଜେପି ନେତା ଶୁଭ୍ରାଂଶୁ ମୋହନ ପାଢ଼ୀଙ୍କ ସହିତ ମଞ୍ଚରେ ବସିଥିଲେ ସାଂସଦ ମହୋଦୟ , ତେବେ ଆଜି ମା ଚର୍ଚିକା ପୀଠ ରେ ବିଜେପି ନେତା ତୁଷାରକାନ୍ତ ଚକ୍ରବର୍ତ୍ତୀ ଉପସ୍ଥିତ ରହିଥିଲେ ! ତେବେ ନିର୍ବାଚନ ପରଠାରୁ ଆଜି ପ୍ରଥମ ଥର ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ଏବଂ ତୁଷାରକାନ୍ତ ଚକ୍ରବର୍ତ୍ତୀ ଙ୍କୁ ଗୋଟିଏ ଫ୍ରେମ ରେ ଦେଖିବାକୁ ମିଳିଥିଲା ! ଗତ ଅଗଷ୍ଟ 14 ରେ ଆୟୋଜିତ ବିଭାଜନ ବିଭିଷୀକା କାର୍ଯ୍ୟକ୍ରମରେ ସାଂସଦ ଦେଇଥିବା ବୟାନ କୁ ନେଇ ତୁଷାରକାନ୍ତ ଙ୍କ ସମର୍ଥକ ଟିକେ ମନ ଉଣା କରିଥିଲେ ! ହେଲେ ସାଂସଦ ଏକଥା ମଧ୍ୟ କହିଥିଲେ , ବାଙ୍କୀ ର ପରିସ୍ଥିତି କୁ ସଜାଡ଼ିବା ପାଇଁ ପ୍ରୟାସ ଚାଲିଛି ! ଆଉ ଆଜିର କାର୍ଯ୍ୟକ୍ରମରୁ ଲାଗୁଛି ପରିସ୍ଥିତି ସଜାଡ଼ିବାର ବୋଝ କଟକ ଜିଲ୍ଲା ପ୍ରଶାସନକୁ ନଦେଇ ନିଜେ ସାଂସଦ ବୋଧେ ନିଜେ ନେଇଛନ୍ତି ! ତେବେ ଦେଖାଯାଉ ଆଗକୁ କଣ ହେଉଛି !
ବାଙ୍କୀ ର ଗୋଳିଆ ରାଜନୈତିକ ପରିସ୍ଥିତିକୁ ନେଇ ଚାପରେ ଅଛନ୍ତି କି କଟକ ସାଂସଦ ଭର୍ତ୍ତୃହରି ମହତାବ !!!

