ସ୍ୱାୟତ୍ତ ଶାସନ ଦିବସ ଉପଲକ୍ଷେ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ ଅନୁଷ୍ଠିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଶ୍ରୀକୃଷ୍ଣଚନ୍ଦ୍ର ଗଜପତି ମହା ବିଦ୍ୟାଳୟ ଖେଳ ପଡିଆ ଠାରେ ସ୍ୱାୟତ୍ତ ଶାସନ ଦିବସ ଉପଲକ୍ଷେ ପୌର ପରିଷଦ ଏକାଦଶ ଓ ଗଣମାଧ୍ୟମ ଏକାଦଶ ମଧ୍ୟରେ ଏକ ବନ୍ଧୁତ୍ୱ ପୂର୍ଣ୍ଣ କ୍ରିକେଟ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୌର ପରିଷଦ ଏକାଦଶ ଓ ଗଜପତି ଜିଲ୍ଲା ସାମ୍ୱାଦିକ ଏକାଦଶ ମଧ୍ୟରେ ପ୍ରତିଯୋଗିତା ହୋଇଥିଲା । ୧୫ ଓଭର ସୀମିତ ମ୍ୟାଚରେ ଗଣମାଧ୍ୟମ ଏକାଦଶ ୯ ଓ୍ୱିକେଟରେ ବିଜୟୀ ହୋଇଛି । ପ୍ରଥମେ ଟସ୍ ଜିତି ପୌର ପରିଷଦ ଏକାଦଶ ବ୍ୟାଟିଂ କରିଥିଲେ। ସେମାନେ ୧୫ ଓଭରରେ ସମସ୍ତ ଓ୍ୱିକେଟ ହରାଇ ୮୮ ରନ୍ କରିଥିଲେ । ତାର ଜବାବରେ ଗଣମାଧ୍ୟମ ଏକାଦଶ ୧ ଓ୍ୱିକେଟରେ ୮୯ ରନ୍ କରି ବିଜୟୀ ହୋଇଥିଲେ । ଗଣମାଧ୍ୟମ ପ୍ରତିନିଧି ଜ୍ଞାନରଞ୍ଜନ ଷଡ଼ଙ୍ଗୀ ସର୍ବାଧିକ ଅର୍ଦ୍ଧଶତକ ରନ୍ କରିଥିଲେ । ପୌର ଏକାଦଶ ତରଫରୁ ପାରଳାଖେମୁଣ୍ଡି ବିଧାୟକ ଇଂ ରୁପେଶ କୁମାର ପାଣିଗ୍ରାହୀ ଏବଂ ଗଜପତି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ପ୍ରହ୍ଲାଦ ସହାୟ ମୀନା ଖେଳିଥିଲେ । ଶେଷରେ ଆରକ୍ଷୀ ଅଧୀକ୍ଷକ ସମସ୍ତ ଖେଳାଳି ମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଉଭୟ ମାନସିକ ଓ ଶାରିରୀକ ସ୍ତରରେ ସୁଦୃଢ଼ ଓ ସୁସ୍ଥ ରହିବା ପାଇଁ ଆହ୍ବାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୌର ପରିଷଦର ଅଧ୍ୟକ୍ଷା ନିର୍ମଳା ସେଠୀ ଓ ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଲକ୍ଷ୍ମଣ ମୁର୍ମୁ ଉପସ୍ଥିତ ଥିଲେ । ପୌର ପରିଷଦର ସମସ୍ତ କାଉନସିଲର ଏବଂ କର୍ମଚାରୀ ଏହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *