ବନ୍ୟା ପ୍ରଭାବିତ ଅଂଚଳରେ ଯାତ୍ରା ପରିବେଷଣ : ଡମପଡା ବ୍ଳକ ପ୍ରଶାସନ କିପରି ଦେଲା ଅନୁମତି !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଗତ ଜୁନ ମାସ 30 ତାରିଖ ଠାରୁ ଦୁଇ ଦୁଇଟି ବଡ଼ ବନ୍ୟା ବାଙ୍କୀ ଉପଖଣ୍ଡରେ ହୋଇଛି | ଯାହାଫଳରେ ଏବେବି ଚାଷ ଜମି ହୋଇରହିଛି ଜଳମଗ୍ନ ! ସ୍ବେଛାସେବୀ ଅନୁଷ୍ଠାନ ଏବଂ ସରକାରଙ୍କ ଦ୍ଵାରା ରିଲିଫ ବଣ୍ଟନ କାର୍ଯ୍ୟକ୍ରମ ଚାଲୁଅଛି | ରାସ୍ତା ଏବଂ ବିଲବାଡ଼ିରେ ବନ୍ୟା ଜଳ ଥିବାରୁ ତାଳବସ୍ତ, ନିସ୍ତିପୁର, ଭଗିପୁର ରାଜସ୍ବ ନିରୀକ୍ଷକ ଏବଂ ଅଧିକାରୀ ମାନେ ଏ ପର୍ଯ୍ୟନ୍ତ ଚାଷୀଙ୍କ କ୍ଷୟକ୍ଷତି ହିସାବ କରି ପାରିନାହାନ୍ତି | ବାଙ୍କୀ ଏକ ଚାଷୀ ପ୍ରଧାନ ଅଂଚଳ , ଏଠି ଚାଷୀକୁଳର ମେରୁଦଣ୍ଡ ଭାଙ୍ଗି ଯାଇଥିବା ବେଳେ, ବାଙ୍କୀ ପ୍ରଶାସନ କିପରି ସୌଖିନ ଯାତ୍ରା ଦଳକୁ ବନ୍ୟା ପ୍ରଭାବିତ ଅଂଚଳରେ ନାଟକ ପରିବେଷଣ କରିବାକୁ ଅନୁମତି ଦେଉଛନ୍ତି , ତାହା ବୁଦ୍ଧିଜୀବି ମହଲରେ ଆଲୋଚନ ହେଉଛି | ଗୋଯିଏ ଯାତ୍ରା ଦଳ ଦିନକୁ 3 ଲକ୍ଷ ଟଙ୍କା ନେଉଥିବା ବେଳେ 4 ଦିନରେ ବାଙ୍କୀ ଅଂଚଳରୁ 12 ଲକ୍ଷଟଙ୍କା ଉଠାଇଛି ଭଗିପୁର କ୍ୟାମ୍ପରେ ଯାତ୍ରା ସୂର୍ଯ୍ୟମନ୍ଦିର | ସେହିପରି ଯାତ୍ରା ଓଁକାର ଅଗଷ୍ଟ 31 ରୁ 3 ସେପ୍ଟେମ୍ବର ପର୍ଯ୍ୟନ୍ତ ପାଥପୁର ଗ୍ରାମରେ ପଡିବ | ତେଣୁ ବନ୍ୟା ବିପତ୍ତି ସମୟରେ ବାଙ୍କୀ ଉପ ଜିଲ୍ଲାପାଳ, ବିଦ୍ୟୁତ ବିଭାଗ, ଡମପଡା ବ୍ଳକ ବିଡ଼ିଓ, ତାଳବସ୍ତ ଫାଣ୍ଡୀ, ବାଙ୍କୀ ଥାନା ଅଧିକାରୀ କିପରି ଯାତ୍ରା କମିଟିକୁ ସୁଯୋଗ ଦେଉଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ସାମାଜିକ କର୍ମୀ ଯାତ୍ରାପ୍ରେମୀ ତଥା ସାମାଜିକ କର୍ମୀ ଶୁଭ୍ରାଂଶୁ ନାୟକ | ଏ ସମ୍ପର୍କରେ ବାଙ୍କୀ ଉପ ଜିଲ୍ଲାପାଳଙ୍କ ସହିତ ଯୋଗାଯୋଗ କରିଥିଲେ ମଧ୍ୟ ତାଙ୍କ ନମ୍ବର ଲାଗି ନ ଥିଲା |

Leave a Reply

Your email address will not be published. Required fields are marked *