ବରିଷ୍ଠ ଆଇପିଏସ୍ ଅଧିକାରୀ ସେଫିନ ଅହମ୍ମଦ କେ.ଙ୍କ ବିୟୋଗରେ ଓଡ଼ିଶା ପୋଲିସର ଶୋକ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ବରିଷ୍ଠ ଆଇପିଏସ୍ ଅଧିକାରୀ ସେଫିନ ଅହମ୍ମଦ କେ.ଙ୍କ ବିୟୋଗରେ ଓଡ଼ିଶା ପୋଲିସର ଶୋକ ! ବରିଷ୍ଠ ଆଇପିଏସ୍ ଅଧିକାରୀ ତଥା କ୍ରାଇମବ୍ରାଞ୍ଚ ଆଇଜିପି ସେଫିନ ଅହମ୍ମଦ କେ.ଙ୍କ ଅକାଳ ବିୟୋଗରେ ଓଡ଼ିଶା ପୋଲିସ ମହଲରେ ଗଭୀର ଶୋକର ଛାୟା ଖେଳିଯାଇଛି । ତାଙ୍କ ବିୟୋଗରେ ଆଇପିଏସ ସଂଘର ସଭ୍ୟ / ସଭ୍ୟାମାନେ ଗଭୀର ମର୍ମାହତ ହୋଇଛନ୍ତି । ଏହି ଅବସରରେ ଆଜି ଅପରାହ୍ନରେ ଭୁବନେଶ୍ଵରସ୍ଥିତ ପୋଲିସ ଭବନ ଠାରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ବିନୟତୋଷ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ଶୋକସଭା ଆୟୋଜନ କରାଯାଇ ସ୍ୱର୍ଗତଃ ସେଫିନ ଙ୍କ ସ୍ମୃତିଚାରଣ କରାଯାଇଥିଲା । ଏହି ଅବସରରେ ସ୍ୱର୍ଗତଃ ସେଫିନଙ୍କ ଫଟୋଚିତ୍ରରେ ପୁଷ୍ପାର୍ଘ୍ୟ ଅର୍ପଣ କରାଯିବା ସହ ତାଙ୍କ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ନିରବ ପ୍ରାର୍ଥନା କରାଯାଇଥିଲା । ଏଥିସହ ସଂଘ ପକ୍ଷରୁ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜ୍ଞାପନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *