ନୟାଗଡ ଜିଲ୍ଲାରେ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ : ୩୩୨୦ ଟି ମାମଲା ହେଲା ଫଏସଲା !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ସ୍ୱରୂପ ପଟ୍ଟନାୟକ : ଜାତୀୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦେଶମତେ ଆଜି ନୟାଗଡ ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ ପରିସରରେ ଚଳିତ ବର୍ଷରର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ନୟାଗଡ ଜିଲ୍ଲାର ଉକ୍ତ ଲୋକ ଅଦାଲତରେ ୧୧ ଟି ସାଲିସଯୋଗ୍ୟ ଫୌଜଦାରୀ ମାମଲା ଫଇସଲା କରାଯାଇଥିଲା । ୮ ଟି ଏନ.ଆଇ ଆକ୍ଟ ମାମଲାର ଫଇସଲା ହୋଇଥିଲା । ବ୍ଯାଙ୍କରୁ ଋଣ ନେଇ ଋଣ ପରିଶୋଧ କରିନଥିବା ୧୧୭ ଜଣ ଋଣ ଗ୍ରହିତାଙ୍କଠାରୁ ୩୪,୮୭,୪୯୩ ଟଙ୍କା ଦେବା ପାଇଁ ରାଜିନାମା ସ୍ବାକ୍ଷରିତ କରାଯାଇଥିଲା । ମୋଟର ଦୁର୍ଘଟଣା ଜନିତ ମାମଲା ଫଇସଲା କରାଯାଇ କ୍ଷତିପୂରଣ ବାବଦକୁ ୫୮,୧୫,୦୦୦ ଟଙ୍କା ପ୍ରଦାନ କରିବା ପାଇଁ ବୀମା କମ୍ପାନୀ ମାନଙ୍କୁ ନିର୍ଦେଶ ଦିଆଯାଇଥିଲା । ଟ୍ରାଫିକ ଚାଲାଣ ବାବଦକୁ ୧୦୩୪ ମାମଲା ଫଇସଲା କରାଯାଇ ୩୪,୨୨,୧୯୪ ଟଙ୍କା ଆଦାୟ କରଯାଇଥିଲା । ସେହିପରି ୧୯୨୩ ଟି ରାଜସ୍ୱ ମାମଲା ଫଇସଲା କରାଯାଇ ୯,୨୨,୯୯୮ ଟଙ୍କା ଆଦାୟ କରଯାଇଥିଲା । ୧୯ ଟି ସାଲିସଯୋଗ୍ୟ ଟେଲିଫୋନ ବିବାଦ ମାମଲାର ସମାଧାନ କରାଯାଇ, ୬୩,୦୯୯ ଟଙ୍କା ଆଦୟ କରଯାଇଥିଲା । ୧୨ ଟି ବିବାହ ଜନିତ ମାମଲାର ଫଇସଲା କରାଯାଇ ଦାମ୍ପତ୍ୟ ଜୀବନର ପୁନଃସ୍ଥାପନ କରଯାଇଥିଲା । ତତସହିତ, ୬ଟି ପ୍ରି-ଇନ୍‌ଷ୍ଟିଟ୍ୟୁସନ୍ କୋର୍ଟ୍‌ ରେଫର୍ କରାଯାଇଥିବା ପାରିବାରିକ ବିବାଦର ନିଷ୍ପତ୍ତି କରାଯାଇଥିଲା । ୨ ଟି ଉପଭୋକ୍ତା ବିବାଦର ସମାଧାନ କରାଯାଇ ୩,୪୮,୫୪୬ ଆଦାୟ କରଯାଇଥିଲା । ଏହି ଲୋକ ଅଦାଲତରେ ଜିଲ୍ଲା ଓ ଦୌରା ଜଜ ଅଜନ୍ତା ଷଡଙ୍ଗୀ , ପରିବାର ଅଦାଲତ ବିଚାରପତି ଡଃ ଇନ୍ଦୁ ଶର୍ମା, ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ ଶ୍ରୀମତୀ ରିଜା ରାୟ , ମୁଖ୍ୟ ବିଚାର ବିଭାଗୀୟ ବିଚାରପତି ଶ୍ରୀମୟୀ ଆଚାର୍ଯ୍ୟ ,ବରିଷ୍ଠ ଦେୱାନି ଅଦାଲତ ବିଚାରପତି ଅନ୍ନପୂର୍ଣ୍ଣା ଷଡଙ୍ଗୀ, ବରିଷ୍ଠ ଦେୱାନି ଅଦାଲତ ବିଚାରପତି (ଏଲ.ଆର ଆଣ୍ଡ ଏଲ.ଟି.ଭି) ରବି ନାରାୟଣ ବେହେରା, ଉପଖଣ୍ଡ ଫୌଜଦାରୀ ବିଚାରପତି ସମାପିକା ସମଦର୍ଶିନୀ, ଜେ.ଏମ.ଏଫ.ସି ଶୁଶ୍ରିତା ମିଶ୍ର ଏବଂ ଲଲିତା ପାତ୍ର ଉପସ୍ଥିତ ରହି ନିଜ ନିଜ ଅଦାଲତ ପରିଚାଳନା କରିଥିବା ବେଳେ ବରିଷ୍ଠ ଦେୱାନି ବିଚାରପତି ( ମହିଳା ଅଦାଲତ) ସ୍ଵୟଂ ପ୍ରଭା ଆଚାର୍ୟ , ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଅଞ୍ଜଳି ମଚ୍ଛଖଣ୍ଡ, ଏବଂ ସିଭିଲ କୋର୍ଟ ରେଜିଷ୍ଟ୍ରାର ସୋନାଲୀ ସରିତା ପ୍ରମୁଖ ଉପସ୍ଥିତ ଥିଲେ । ଏହି ଲୋକ ଅଦାଲତକୁ ସଫଳ କରିବା ପାଇଁ ସମସ୍ତ ନ୍ୟାୟ ଅଧିକାର ମିତ୍ର, ବରିଷ୍ଠ ଅଧିବକ୍ତା ଦଣ୍ଡପାଣି ସ୍ଵାଇଁ, ରମେଶ ଚନ୍ଦ୍ର ମହାରଣା, ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ସମସ୍ତ କର୍ମଚାରୀ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ । ଏବର୍ଷର ଚତୁର୍ଥ ତଥା ଶେଷ ରାଷ୍ଟ୍ରୀୟ ଲୋକ ଅଦାଲତ ଡିସେମ୍ବର ମାସରେ ଅନୁଷ୍ଠିତ ହେବ ବୋଲି ପ୍ରାଧିକରଣ ସଚିବ ପ୍ରାକ-ସୂଚନା ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *