ପାରାଦୀପ ( ଆୱାଜ ମିଡ଼ିଆ ) – ରବିନ୍ ବିଶ୍ୱାସ : ପାରାଦୀପ ର ଟ୍ରେଲର ମିଳିତ ସମନ୍ଵୟ କମିଟି ର ନିଆରା ପ୍ରୟାସ l ପୂଜା ଦେଖିବାକୁ ଆସୁଥିବା ଲୋକମାନଙ୍କୁ ମାଗଣାରେ ପାଣି, ମୃଦୁ ପାନୀୟ ଓ ଚାରା ବଣ୍ଟନ କରି ଚର୍ଚ୍ଚାରେ ପାରାଦୀପର ଟ୍ରେଲର ମିଳିତ ସମନ୍ଵୟ କମିଟି l ଓଡିଶା ପ୍ରସିଦ୍ଧ ପାରାଦୀପ ବିଶ୍ୱକର୍ମା ପୂଜା ଗୁରୁବାର ଠାରୁ ଆରମ୍ଭ ହୋଇଛି l ଏଥିପାଇଁ ଚଳଚଞ୍ଚଳ ହୋଇପଡିଛି ସମଗ୍ର ପାରାଦୀପ l ବିଭିନ୍ନ ଅନୁଷ୍ଠାନ ପକ୍ଷରୁ କରାଯାଇଥିବା ସୁଉଚ୍ଚ ତୋରଣ ସାଙ୍ଗକୁ ସୁସଜ୍ଜିତ ଆଲୋକମାଳାରେ ଝଲସୁଛି ପାରାଦୀପ l ତେବେ ପାରାଦୀପ ବିଶ୍ୱକର୍ମା ପୂଜା ର ଓଡ଼ିଶାରେ ପ୍ରସିଦ୍ଧି ରହିଛି I ସେଥିପାଇଁ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଲୋକମାନେ ପାରାଦୀପ କୁ ବିଶ୍ୱକର୍ମା ପୂଜା ଦେଖିବାକୁ ଆସିଥାନ୍ତି l ପୂଜା ମେଢ଼ ଦେଖିବା ସହିତ, ମୀନାବଜାର, ଦୋଳି, ସାଂସ୍କୃତିକ କାର୍ଯ୍ୟକ୍ରମ ବୁଲିବା ପରେ ଲୋକମାନେ ଥକି ପଡ଼ିବା ସହ ବସିବା ପାଇଁ ଜାଗା ଖୋଜିଥାନ୍ତି I ଏହାକୁ ଦୃଷ୍ଟିରେ ରଖି ଗତ ବର୍ଷ ଭଳି ଏବର୍ଷ ମଧ୍ୟ ପାରାଦୀପ ଟ୍ରେଲର ସମନ୍ୱୟ କମିଟି ପକ୍ଷରୁ ଏକ ନିଆରା ପ୍ରୟାସ କରାଯାଇଛି l ପୂଜା ବୁଲି ଥକି ପଡୁଥିବା ଲୋକମାନଙ୍କୁ ମାଗଣାରେ ପାଣି ଓ ମୃଦୁ ପାନୀୟ ଯୋଗାଇ ଦିଆଯିବା ସହ ଷ୍ଟଲ୍ ରେ କିଛି ସମୟ ଆରାମ କରିବା ପାଇଁ ବ୍ୟବସ୍ଥା କରାଯାଇଛି l ଶୁକ୍ରବାର ପାରାଦୀପ ବିଶ୍ୱକର୍ମା ପୂଜାରେ ପ୍ରବଳ ଜନ ସମାଗମ ଦେଖିବାକୁ ମିଳିଥିଲା ଓ ପାଖାପାଖି ୫୦୦୦ ଲୋକଙ୍କୁ ପାଣି ଓ ମୃଦୁ ପାନୀୟ ଯୋଗାଇ ଦିଆଯାଇଛି ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି l ତେବେ ଏହି କାର୍ଯ୍ୟକ୍ରମ ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ ଓ ଏହା ସହ ଦୈନିକ ୫୦୦ ଚାରା ବଣ୍ଟନ କରାଯାଉଛି ବୋଲି କମିଟି ପକ୍ଷରୁ ସୂଚନା ମିଳିଛି l
ପାରାଦୀପ ର ଟ୍ରେଲର ମିଳିତ ସମନ୍ଵୟ କମିଟି ର ନିଆରା ପ୍ରୟାସ !!!

