ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଆର୍.ଉଦୟଗିରି ବ୍ଲକର ରାମଗିରି ଉଚ୍ଚମାଧ୍ୟମିକ ବିଦ୍ୟାଳୟଠାରେ ବ୍ଲକ ସ୍ତରୀୟ ସମାବେଶ ହୋଇଥିଲା।ଉକ୍ତ ଅନୁଷ୍ଠାନର ଅଧ୍ଯକ୍ଷା ପ୍ରିୟଦର୍ଶିନୀ ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାବେଶରେ ଆର୍.ଉଦୟଗିରି ଉପଖଣ୍ଡ ପୋଲିସ ଅଧିକାରୀ ରାକେଶ କୁମାର ସାହୁ ଆଇପିଏସ ମୁଖ୍ଯ ଅତିଥି ରୂପେ ଯୋଗଦାନ କରିଥିଲେ।ଅନ୍ୟାନ୍ୟ ଅତିଥି ମାନଂକ ମଧ୍ୟରେ ଜିଲ୍ଲା ଜୀବିକା ପ୍ରକଳ୍ପ ମିଶନର କାର୍ଯ୍ୟକ୍ରମ ପରିଚାଳିକା ଶିବାନୀ ପାଣିଗ୍ରାହୀ, ଆର୍.ଉଦୟଗିରି ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଲଳିତା ପୂଝାରୀ,ଆର୍ଥିକ ସାକ୍ଷରତା ସମ୍ୱନ୍ଧୀୟ ସମ୍ୱଳ ଅତିଥି ଗାୟତ୍ରୀ ପଟ୍ଟନାୟକ,ମହିଳା ସମାଜସେବୀ ନିର୍ମଳା ପଟ୍ଟନାୟକ ମଂଚାସୀନ ଥିଲେ। ମୁଖ୍ଯ ଅତିଥି ହିଂସା ପରିହାର କରି ସମାଜର ମୁଖ୍ୟସ୍ରୋତରେ ଯୁବଗୋଷ୍ଠୀ ସାମିଲ ହେବାପାଇଁ ପରାମର୍ଶ ଦେଇଥିଲେ।ସ୍ଥାନୀୟ ସମ୍ୱଳର ଉପଯୋଗ ଦ୍ୱାରା ସେମାନେ ଆତ୍ମନିର୍ଭରଶୀଳ ହେବାପାଇଁ ସଂକଳ୍ପବଦ୍ଧ ହେବାପାଇଁ କହିଥିଲେ। ଯାହାଦ୍ବାରା ପ୍ରତ୍ୟେକ ଗ୍ରାମରେ ସମସ୍ତେ ଶ୍ରୁଂଖଳିତ ଜୀବନଯାପନ କରିବାସହ ଭାଇଚାରା ସ୍ରୁଷ୍ଟି କରିପାରିବେ। ଅନ୍ୟାନ୍ୟ ଅତିଥିମାନେ ଲିଂଗ ବୈଶମ୍ୟତା ଦୂରୀକରଣ, ବାଲ୍ୟବିବାହ ନିରାକରଣ, ଶିକ୍ଷାର ଭୂମିକା ତଥା ଯୁବପିଢି ମାନଂକୁ ଗୋଷ୍ଠୀ ଉନ୍ନୟନ କ୍ଷେତ୍ରରେ ସେମାନଂକ ଭୂମିକା ସମ୍ପର୍କରେ ଅବଗତ କରିଥିଲେ। ପ୍ରତ୍ୟେକ ପରିବାର କିପରି ଆର୍ଥିକ ସ୍ୱଚ୍ଛଳତା ଲାଭ କରିବେ ସେ ସମ୍ପର୍କରେ ବୁଝାଇଥିଲେ। ବିଭିନ୍ନ ସରକାରୀ ଯୋଜନାର ଲାଭ ଉଠାଇ ଉଭୟ ପୁରୁଷ ଓ ମହିଳା ଆର୍ଥିକ ଅଭିବ୍ରୁଦ୍ଧି ଦିଗରେ ଅଧିକ ସଚେତନ ହେବା ସକାଶେ ପରାମର୍ଶ ଦେଇଥିଲେ।ଏହି ସମାବେଶରେ ନେହେରୁ ଯୁବକେନ୍ଦ୍ରର କର୍ମୀ ମାନେ ଯୁବଗୋଷ୍ଠୀ ମାନଂକୁ ପ୍ରେରଣାର ମନ୍ତ୍ର ପ୍ରଦାନ କରିଥିଲେ।ଅଂଶଗ୍ରହଣକାରୀ ମାନଂକ ସହ ଆଲୋଚନା ମାଧ୍ୟମରେ ପ୍ରାସଂଗିକ ବିଷୟବସ୍ତୁ ଗୁଡିକୁ ସରଳ ଭାବରେ ବୁଝାଇଥିଲେ।ଏକ ସୁନ୍ଦର ସମାଜ ଗଠନ କରିବାକୁ ସମସ୍ତେ ଶପଥ ନେଇଥିଲେ।ଶେଷରେ ଅନୁଷ୍ଠାନର ଅଧ୍ଯକ୍ଷା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ଅନୁଷ୍ଠାନର ଛାତ୍ରଛାତ୍ରୀ, ଆଂଗନବାଡି କର୍ମୀ,ଆଶାକର୍ମୀ, ପଂଚାୟତ ପ୍ରତିନିଧି ଗଣ ଯୋଗଦାନ କରିଥିଲେ।
ରାମଗିରିରେ ବ୍ଲକ ସ୍ତରୀୟ ସମାବେଶ !!!

