କ୍ରିଷ୍ଣା ୟୁଥ୍ କ୍ଳବ୍ ର ୧୩ ତମ ବାର୍ଷିକୋତ୍ସବ : ମୁଖ୍ୟ ଅତିଥି ଭାବରେ ଯୋଗଦେଲେ ଦେବୀ ମିଶ୍ର !!!

Spread the love

ବଡମ୍ବା ( ଆୱାଜ ମିଡ଼ିଆ ) – ପ୍ରତାପ ନାୟକ : କ୍ରିଷ୍ଣା ୟୁଥ୍ କ୍ଳବ୍ ର ୧୩ ତମ ବାର୍ଷିକୋତ୍ସବ , ମୁଖ୍ୟ ଅତିଥି ଭାବରେ ଯୋଗଦେଲେ ଦେବୀ ମିଶ୍ର ! କଙ୍କଡ଼ାଯୋଡ଼ି ଗ୍ରାମ ପଞ୍ଚାୟତ ର ଜଗନ୍ନାଥ ସାହି ର କ୍ରିଷ୍ଣା ୟୁଥ୍ କ୍ଳବ୍ ର ୧୩ ତମ ବାର୍ଷିକ ଉତ୍ସବ ଓ ସାଂସ୍କୃତିକ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୂର୍ବତନ ମନ୍ତ୍ରୀ ଶ୍ରୀ ଦେବୀ ପ୍ରସାଦ ମିଶ୍ର ଯୁବ ସମାଜ ପ୍ରକୃତ ଦୀର୍ଘସ୍ଥାୟୀ ବିକାଶ ପାଇଁ ଗଣତନ୍ତ୍ର କୁ ସୁରକ୍ଷିତ ହେବ ପାଇଁ ଆଗଭର ହେବାକୁ ଆହ୍ୱାନ ଦେଇଥିଲେ । କ୍ଲବ ଦ୍ୱାରା କରାଯାଉଥିବା ସାମାଜିକ, ସାଂସ୍କୃତିକୁ କାର୍ଯ୍ୟକ୍ରମ ଗୁଡ଼ିକ ପାଇଁ ଶ୍ରୀ ମିଶ୍ର ପ୍ରଶଂସା କରିଥିଲେ ଓ ନୃତ୍ୟସଙ୍ଗୀତ ବକ୍ତୃତା, ପ୍ରଭୃତି ପ୍ରତିଯୋଗିତା ରେ ସଫଳ ଛାତ୍ରଛାତ୍ରୀ ଙ୍କୁ ପୁରସ୍କୃତ କରିଥିଲେ । ଶ୍ରୀ ମିଶ୍ର ଙ୍କ ସହ ମୁଖ୍ୟବକ୍ତା ଭାବେ ବିଜେଡ଼ି ବ୍ଲକ୍ ସଭପତି ଶ୍ରୀ ରବିନ୍ଦ୍ର ସାହୁ, ସମ୍ମାନୀତ ଅତିଥି ରୂପେ କାର୍ଯ୍ୟକାରୀ ସଭାପତି ଶ୍ରୀ ସଦାନନ୍ଦ ସ୍ୱାଇଁ, ଉପାଧ୍ୟକ୍ଷା ଙ୍କ ପ୍ରତିନିଧି ଶ୍ରୀ ସୁଶାନ୍ତ ଜେନା ଯୋଗଦେଇ ବକ୍ତବ୍ୟ ରଖିଥିଲେ । ଶିକ୍ଷାବିତ୍ ଶ୍ରୀ ସଚ୍ଚିଦାନନ୍ଦ ବେହେରା ଙ୍କ ସଂଚାଳନ ରେ କ୍ଲବ ର ସଭାପତି ଶ୍ରୀ ଅମିର ନାୟକ ଓ ସଂପାଦକ ଶ୍ରୀ ରାଜୀବ ପ୍ରଧାନ ପ୍ରମୁଖଙ୍କ ସଂଯୋଜନା ରେ ବରିଷ୍ଠ ମୁରବୀ ଶ୍ରୀ ଅଶୋକ ବେହେରା, ସାହି ସଭାପତି ଶ୍ରୀ ଆରତ ନାୟକ, ପୂର୍ବ ସଭାପତି ଶ୍ରୀ କୈଳାଶ ନାୟକ, ରବିନ୍ଦ୍ର ନାୟକ, ବାନାମ୍ବର ରାଉତ, ମନୋଜ ବେହେରା, ଉପଦେଷ୍ଟା ଶ୍ରୀ ଶିବ ନାୟକ, ପ୍ରମୁଖ ଶୁଭେଚ୍ଛା ଦେଇଥିଲେ । “ମହିରାବଣ ବଧ” ପରିବେଷିତ ହେଇଥିଲା ।
ବିମଳିପାଟଣା ଶ୍ରୀ ଗଣେଶ ପୂଜା ରୟାଲ ଷ୍ଟାର୍ କ୍ଲବ ର ଆମନ୍ତ୍ରଣ ରେ ପୂର୍ବମନ୍ତ୍ରୀ ଶ୍ରୀ ଦେବୀ ପ୍ରସାଦ ମିଶ୍ର ଯୋଗ ଦେଇଥିଲେ । ସଭାପତି ଶ୍ରୀ ଅନିଲ ସାହୁ , ଶ୍ରୀ ନାରଣ ସେଠୀ ଓ ଅନ୍ୟ କର୍ମକର୍ତ୍ତା ମାନେ ଅତିଥି ମାନଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଦେଇଥିଲେ । ବାଦୀ ଭାଗବତ ପରିବେଷିତ ଦେଇଥିଲା । ବିମଳାପାଟଣା ଠାରୁ କଙ୍କଡ଼ାଯୋଡ଼ି ଗ୍ରାମ ରେ ଏକ ଉଦ୍ଦୀପନାମୟ ଶୋଭାଯାତ୍ରା ରେ ବିଭିନ୍ନ ସହିଦେଇ ଜଗନ୍ନାଥ ସାହି କୁ ଯୁବକ ମାନେ ଶ୍ରୀ ମିଶ୍ର ଙ୍କୁ ସ୍ଵାଗତ କରି ପାଛୋଟି ନେଇଥିଲେ ।

 

Leave a Reply

Your email address will not be published. Required fields are marked *