ବୈଦେଶ୍ଵର ( ଆୱାଜ ମିଡ଼ିଆ ) – ପ୍ରତାପ ନାୟକ : ମା’ଙ୍କ ପୀଠରେ ଷୋଡଶ ଦିନାତ୍ମକ ପୂଜା ଆରମ୍ଭ ହୋଇଯାଇଛି । ମୂଳାଷ୍ଟମୀ ଠାରୁ ଆରମ୍ଭ କରି ମହାଷ୍ଟମୀ ପର୍ଯ୍ୟନ୍ତ ଏହି ପୂଜା ବେଶ ଧୂମଧାମ ରେ ପାଳନ କରାଯାଏ । ବାଙ୍କୀ ବ୍ଲକ ଅନ୍ତର୍ଗତ ରଜିବ ଗ୍ରାମରେ ଥିବା ବୈଷ୍ଣୋଦେବୀ ମା ଭଗବତୀଙ୍କ ପୀଠରେ ଷୋଡଶ ଦିନାତ୍ମକ ପୂଜା ବେଶ ରୀତିନୀତି ରେ ଆରମ୍ଭ ହୋଇଛି । ପ୍ରାତଃ ସମୟରେ ମହାନଦୀ ରୁ ଜଳ ଆଣି ମା ଙ୍କୁ ସ୍ନାନ କରାଯାଇ ପୂଜାର ରୀତିନୀତି ଆରମ୍ଭ କରାଯାଇଛି । ପ୍ରଥମେ ସୂର୍ଯ୍ୟ ପୂଜା ଏବଂ ପରେ ମା ଙ୍କ ନୀତିକାନ୍ତି ଆରମ୍ଭ ହୋଇ ସ୍ନାନ ପୂଜା ରେ ଭୋଗ ଲାଗି କରି ମଧ୍ୟାନ୍ନ ପୂଜାରେ ଶଙ୍ଖୁଡି ଭୋଗ ଲାଗି କରି ଆଳତି ପରେ ମଧ୍ୟାନ୍ନ ପହୁଡ଼ ପଡିଥାଏ । ସନ୍ଧ୍ୟା ସମୟରେ ଭାଗବତ ନାମଯଜ୍ଞ କରାଯାଇ ସନ୍ଧ୍ୟା ପୂଜା ସହ ରାତ୍ର ପହୁଡ଼ ପଡିଥାଏ । ଏହିଭଳି ପ୍ରତ୍ୟେକ ଦିନ ଅର୍ଥାତ ଷୋଳ ଦିନ ଧରି ମା ଙ୍କ ପୂଜା ହୋଇଥାଏ । ମା ଙ୍କ ପୀଠରେ ଷଷ୍ଠୀ ଦିନ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବା ସହ ମହାଷ୍ଟମୀ ସନ୍ଧିପୂଜା କରାଯାଇ ମା ଙ୍କୁ ମେଲାଣି ଦିଆଯାଏ । ବହୁ ବ୍ରତଧାରୀ ପୁଷ୍ପାଞ୍ଜଳି ଦେଇ ନିଜର ବ୍ରତ କୁ ସମର୍ପିତ କରି ବ୍ରତ ଭାଂଗିଥାନ୍ତି । ଶେଷରେ ପ୍ରସାଦ ସେବନ କରି ଫେରିଥାନ୍ତି ।
ରଜିବ ଗ୍ରାମରେ ଷୋଡଶ ଦିନାତ୍ମକ ପୂଜା ଆରମ୍ଭ !!!

