ବଂଶଧାରା ଜଳ ବିବାଦ ଟ୍ରୁବିନାଲ ପର୍ଯ୍ୟବେକ୍ଷଣ କମିଟିର ପ୍ରକଳ୍ପ ଅଞ୍ଚଳ ଗସ୍ତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ବଂଶଧାରା ଜଳ ବିବାଦ ଟ୍ରୁବିନାଲ ପର୍ଯ୍ୟବେକ୍ଷଣ କମିଟିର ପ୍ରକଳ୍ପ ଅଞ୍ଚଳ ଗସ୍ତ । ସାରା ଗ୍ରାମରେ ପ୍ରଭାବିତ ହେବାକୁ ଥିବା ଅଞ୍ଚଳ ବାସିନ୍ଦା ଙ୍କ ସହ ଚାଲିଛି ଆଲୋଚନା। ତାଙ୍କ ସହ ଜିଲ୍ଲାପାଳ, ଉପ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, ମୂଖ୍ୟ ଯନ୍ତ୍ରୀ ଜଳ ସମ୍ପଦ ବିଭାଗ ପ୍ରମୁଖ ଅଧିକାରୀ ସହ ଆନ୍ଧ୍ର ସରକାରଙ୍କ ପଦାଧିକାରୀ ମାନେ ଉପସ୍ଥିତ ରହି ଅଞ୍ଚଳବାସୀଙ୍କ ସମସ୍ୟା ଗୁଡିକ ଶୁଣିଛନ୍ତି। ବ୍ରାରେଜର ମ୍ୟାପରେ ଓଡ଼ିଶା ତଟରେ କେତେ ଜମି ଅଧିଗ୍ରହଣ ‌ହେବ, ସ୍ବିସ ଗେଟ ରହିବ କି ନାହିଁ, ବଢ଼ି ଜଳ ନିଷ୍କାସନ ବ୍ୟବସ୍ଥା କଣ ରହିଛି, କ୍ଷତିଗ୍ରସ୍ତ ହେଉଥିବା ଲୋକଙ୍କୁ କ୍ଷତିପୂରଣ କିପରି ମିଳିବ, ବାମ କେନାଲ ଓ ପଥ ଓ୍ବେ, କେତେ ଜମିରେ ନିର୍ମାଣ ହେବ ଏସବୁ ନିର୍ମାଣ ହେଲେ ଲୋକଙ୍କ ଅନେକ ଜମି କ୍ଷତିଗ୍ରସ୍ତ ହେବ ଏନେଇ ସ୍ପଷ୍ଟୀକରଣ ଚାହିଁଥିଲେ ଲୋକେ। ତେବେ ଏନେଇ ସମାଧାନ କରାଗଲେ ବ୍ୟାରେଜ ନିର୍ମାଣ କାର୍ଯ୍ୟ ଆରମ୍ଭ ‌କରାଯିବ ବୋଲି ଟ୍ରିବ୍ୟୁନାଲ ସର୍ବେକ୍ଷଣ ଟିମ ର ଅଧ୍ୟକ୍ଷ ଉତ୍ତର ରଖିବାକୁ ଲୋକେ ଦାବି କରିଛନ୍ତି। ତେବେ ଲୋକଙ୍କ ସମସ୍ୟା ସମାଧାନ ଦିଗରେ ଉଭୟ ସରକାରଙ୍କ ଅଧିକାରୀଙ୍କ ସହ ଆଲୋଚନା କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

Leave a Reply

Your email address will not be published. Required fields are marked *