ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ମହା ସମାରୋହରେ ଚଳିତ ବର୍ଷର ମା ଦୁର୍ଗତି ନାଶିନୀ ଦଶଭୁଜା ମା ଦୁର୍ଗାଙ୍କ ପାଞ୍ଚଦିନ ବ୍ୟାପି ହୋଇଥିବା ପୂଜା ଶାନ୍ତି ଶୃଙ୍ଖଳା ସହ ଶେଷ ହୋଇଛି| ତାଳବସ୍ତ୍ର ବଣିକ ସଙ୍ଘ ଦ୍ଵାରା ମା ଦୁର୍ଗାଙ୍କ ପୂଜା ଚଳିତ ବର୍ଷ 45 ବର୍ଷରେ ପଦାର୍ପଣ କରିଅଛି |ଦୁର୍ଗାଙ୍କ ପୂଜା ସହିତ ବିଭିନ୍ନ ସାହି ମାନଙ୍କରେ 30 ରୁ ଅଧିକ ଛୋଟ ବଡ଼ ଦେବା ଦେବୀ ପୂଜା ପାଇଥିଲେ | ନବମୀ ଏବଂ ଦଶମୀ ଦୁଇଦିନରେ ଦେଢ଼ ଲକ୍ଷରୁ ଅଧିକ ଲୋକ ପୂଜା ମଣ୍ଡପ ବୁଲିଥିବାର ପୂଜା କମିଟି ମାନେ କହିଛନ୍ତି |ଏଥି ସହିତ ବାଙ୍କୀ ଉପଖଣ୍ଡରେ ପଶ୍ଚିମ ବାଙ୍କୀର କଳାପଥର, ଡମପଡାଗଡ଼ରେ ମଧ୍ୟ ପ୍ରବଳ ଲୋକ ସମାଗମ ହୋଇଥିଲା|ସବୁ ପୂଜା ମଣ୍ଡପର ସାଜସଜା, ଆଲୋକ ମାଳା ପୂର୍ବ ବର୍ଷ ଅପେକ୍ଷା ଆକର୍ଷଣୀୟ ହୋଇଥିଲା |ମାଆଙ୍କ ବିଦାୟୀ ପର୍ବ ଭଷାଣି 23 ତାରିଖ ଦିନ ହେବ ବୋଲି ପାର୍ବଣ ଶାନ୍ତି କମିଟିର ଉପଦେଷ୍ଟା ବଇଁଶୀଧର ସ୍ବାଇଁ କହିଛନ୍ତି | ପ୍ରତିବର୍ଷ ପରି ଦେବୀଙ୍କ ପୂଜା ମଣ୍ଡପରେ ଓଡ଼ିଶାର ଲବ୍ଧ ପ୍ରତିଷ୍ଠିତ ପାଲା ଗାୟକ ପୁରୀ କାକଟପୁରର ଗାୟକ ଵାଚସ୍ପତି ବନବିହାରୀ ଗ୍ରହାଚର୍ଯ୍ୟା ଏବଂ ଚୌଦ୍ଵାରର ଗାୟକ ବେଦ ଵାଚସ୍ପତି ବିଚିତ୍ରାନନ୍ଦ ପଣ୍ଡାଙ୍କୁ ଦୁର୍ଗାପୂଜା ମଣ୍ଡପରେ ଉତ୍ତରୀୟ ଏବଂ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା | ପ୍ରଥମରୁ ପୂଜାସହିତ ସମ୍ପୃକ୍ତ ଥିବା ଅବସର ପ୍ରାପ୍ତ ଶିକ୍ଷକ ବଂଶୀଧର ସ୍ୱାଇଁ, ସ୍ଥାନୀୟ ଅଂଚଳର ସାମାଜିକ କର୍ମୀ ସୁବ୍ରତ ନାୟକ, ଯୁବ ବ୍ୟବସାୟୀ ଶ୍ରୀନିବାସଙ୍କୁ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା |ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ସଂସ୍କୃତ ପଣ୍ଡିତ ତଥା ବିଶିଷ୍ଟ ପାଲା ଗାୟକ ଗଦାଧର ଦାଶ |45 ବର୍ଷ ପୂରଣ କରିଥିବା ଚଳିତ ବର୍ଷର ଦୁର୍ଗା ପୂଜା କମିଟିରେ ଥିବା ସଭାପତି ଭାବେ ବିଶିଷ୍ଟ ଶିକ୍ଷାବିତ କୃଷ୍ଣଚନ୍ଦ୍ର ବେଉରା, ଉପସଭାପତି ରବୀନ୍ଦ୍ର ପାଣିଗ୍ରାହୀ, ସମ୍ପାଦକ ଗୋପବନ୍ଧୁ ସାହୁ ଏବଂ ସକ୍ରିୟ ସଭ୍ୟ ସୁଶାନ୍ତ କୁମାର ମହାରଣା ପ୍ରମୁଖ ପ୍ରତିଦିନ ଉପସ୍ଥିତି ରହି ସମସ୍ତ ସଭ୍ୟ ଏବଂ ଦର୍ଶନାର୍ଥୀଙ୍କୁ ଉତ୍ସାହିତ କରିଥିଲେ | ଆସନ୍ତା 23 ତାରିଖରେ ମାଆ ଙ୍କ ବିଦାୟୀ ପର୍ବ ଶାନ୍ତି ଶୃଙ୍ଖଳା ସହ ସମାପ୍ତି ହେବ ବୋଲି ତାଳବସ୍ତ ଫାଣ୍ଡୀ ଅଧିକାରୀ ଏସ.କେ.ସହାବାଜନ କହିଛନ୍ତି |
ଆନନ୍ଦ ଉଲ୍ଲାସ ଶାନ୍ତି ଶୃଙ୍ଖଳାର ସହ ସରିଲା ଶାରଦୀୟ ପାର୍ବଣ ମାହୋଲ !!!

