ତାଳବସ୍ତ ପିଏମ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ବିଜ୍ଞାନମେଳା ଅନୁଷ୍ଠିତ !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଡମପଡା ବ୍ଳକ ଅନ୍ତର୍ଗତ ତାଳବସ୍ତ ସରକାରୀ ପିଏମ ଶ୍ରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବାର୍ଷିକ ବିଜ୍ଞାନ ମେଳା ଆଜି ଅନୁଷ୍ଠିତ ହୋଇ ଯାଇଛି |ମୁଖ୍ୟ ଉଦଘାଟକ ଭାବେ ତାଳବସ୍ତ ସେବା ସମବାୟ ସମିତି ର ସଭାପତି ତଥା ଯୁବ ସଂଗଠକ ଅକ୍ଷୟ କୁମାର ବେହେରା ଯୋଗ ଦେଇଥିଲେ |ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ରବୀନ୍ଦ୍ର କୁମାର ପାଣିଗ୍ରାହୀ, ଲଳିତ କୁମାର ମହାପାତ୍ର, ଶିକ୍ଷ୍ୟାବିତ ପ୍ରତିମା ସାହୁ, ଏସ ଏମ ସି ସଭ୍ୟ ବାଇଧର ବେହେରା ପ୍ରମୁଖ ଯୋଗ ଦେଇଥିଲେ | ଅତିଥି ବିଚାରକ ଭାବେ ବିଦ୍ୟାଳୟର ଶିକ୍ଷକ ଡ଼ମ୍ବୁରଧର ବସ୍ତି, ପ୍ରଦୀପ୍ତ ପୋଥାଳ, ଦେବାଶିଷ ପାଣି ପ୍ରମୁଖ ଯୋଗଦେଇ ଛାତ୍ର ଛାତ୍ରୀଙ୍କୁ ବିଜ୍ଞାନପ୍ରେମୀ ହେବାକୁ ଉତ୍ସାହିତ କରିଥିଲେ |ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଲିଜା ରାଉତ ଧନ୍ୟବାଦ ଅର୍ପଣ କରିଥିଲେ |ଭାଗ ନେଇଥିବା ବିଦ୍ୟାଳୟର ଶତାଧିକ ପିଲାମାନଙ୍କ ଭିତରୁ ବରିଷ୍ଟ ଏବଂ କନିଷ୍ଠ ବିଭାଗ କରି 10 ଜଣ ଛାତ୍ରଛାତ୍ରୀଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ଵାରା ପ୍ରଶଂସାପତ୍ର ଏବଂ ଟ୍ରଫି ପ୍ରଦାନ କରି ସମ୍ବର୍ଦ୍ଧିତ କରା ଯାଇଥିଲ |ସୌମ୍ୟଜୀତୀ ସାହୁ, ଏବଂ ଅଭିଜିତ ଦଳାଇ ବିଜ୍ଞାନମେଳାରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ |

Leave a Reply

Your email address will not be published. Required fields are marked *