ପ୍ରଭୁ ଭୂତନାଥ ଦେବଙ୍କର ୩୨ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ବାଙ୍କୀ ଚକାପଦା ଗ୍ରାମର ପୂର୍ବଭାଗରେ ମହାନଦୀ କୂଳରେ ଅବସ୍ଥିତ ବାବା ଭୂତନାଥ ଦେବଙ୍କର ୩୨ ତମ ବାର୍ଷିକ ଉତ୍ସବ ପାଳନ ମହାସମାରୋହରେ ହୋଇଯାଇଛି। ଏହି ଅବସରରେ ସକାଳୁ ସକାଳୁ ଠାକୁରଙ୍କ ହୋମଯଜ୍ଞ କାର୍ଯ୍ୟକ୍ରମ ପରେ ସାହାଡାପଦାର ନିମାଵାବାଙ୍କ ଆଶ୍ରମ ତରଫରୁ ନାମଯପ କାର୍ଯ୍ୟକ୍ରମ, ପରେ ପରେ ପାଣିକୋରଡ ଗ୍ରାମର ମହିଳା ଭାଗବତ ମଣ୍ଡଳୀ, ଶିମିଳିପୁର ଓ ଚକାପଦା ଗ୍ରାମର ମହିଳା ଭାଗବତ ମଣ୍ଡଳିର ସଦସ୍ୟା ମାନଙ୍କ ଦ୍ଵାରା ଭାଗବତ ଆୟୋଜିତ ହୋଇଥିଲା। ଅପରାହ୍ନ ସମୟରେ ବାଳଗୋପାଳି ସହ ପ୍ରସାଦ ସେବନର କାର୍ଯ୍ୟକ୍ରମ ହୋଇଥିଲା। ସନ୍ଧ୍ୟା ସମୟରେ ଚକାପଦା ଗ୍ରାମର ଉଭୟ ସାହିର ଭାଗବତ ମଣ୍ଡଳୀ ଦ୍ବାରା ଭାଗବତ ଓ ସଂକୀର୍ତ୍ତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମନ୍ଦିର ପରିଚାଳନା କମିଟିର ସଭାପତି ନିରଞ୍ଜନ ପଣ୍ଡାଙ୍କ ପରିଚାଳନାରେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ପାଦକ ବାବୁଲି ରଣା, ମନ୍ଦିର ମହନ୍ତ ଉପେନ୍ଦ୍ର ରଣା, ଅକ୍ଷୟ କୁମାର ସାମଲ,ଶଶିଭୂଷଣ ତ୍ରିପାଠୀ, ପୂଜକ ବୈକୁଣ୍ଠନାଥ ନନ୍ଦ, ସଦସ୍ୟ ବଳଭଦ୍ର ରଣା, ବିଭୁ ପ୍ରସାଦ ରଣା, ପ୍ରମୋଦ ନନ୍ଦ , ଇନ୍ଦ୍ରମଣି ରଣା, , ଗିରିଶ ରଣା, ବିବିନ୍ଦ୍ର ରଣା, ଅର୍ପିତ୍ କୁମାର ସାମଲ, ଓମ ପ୍ରକାଶ ସାମଲ, ସୋମ ରଣା, ଓମ ରଣା ପ୍ରମୁଖ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *