ରାଜ୍ୟ ପର୍ଯ୍ୟବେକ୍ଷକଙ୍କ ସର୍ଭେ କାର୍ଯ୍ୟ ସମୀକ୍ଷା !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ନେଇ ଗୋଷାଣୀ ବ୍ଲକରେ ଚାଲିଥିବା ଡୋର ଟୁ ଡୋର (ଘରକୁ ଘର) ସର୍ଭେ କାର୍ଯ୍ୟର ସମୀକ୍ଷା କରିଛନ୍ତି ଗଜପତି ଜିଲ୍ଲା ପାଇଁ ନିଯୁକ୍ତ ରାଜ୍ୟ ପର୍ଯ୍ୟବେକ୍ଷକ ତଥା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଅତିରିକ୍ତ ସଚିବ ଶ୍ରୀକାନ୍ତ କୁମାର ବେହୁରା ସେ ଗୋଷାଣୀ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ଏ ନେଇ ବିଡିଓ ଗୌର ଚନ୍ଦ୍ର ପଟ୍ଟନାୟକଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି। ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ଘର ଘର ବୁଲି ସର୍ଭେ କରାଯାଉଛି ବ୍ଲକ କାର୍ଯ୍ୟାଳୟରେ ସର୍ଭେ କାର୍ଯ୍ୟର ସମୀକ୍ଷା କରିବା ପରେ ପର୍ଯ୍ୟବେକ୍ଷକ ଶ୍ରୀ ବେହୁରା କ୍ଷେତ୍ର ପରିଦର୍ଶନ କରି ଚାଲିଥିବା ସର୍ଭେକୁ ତଦାରଖ କରିବା ସହ ସମସ୍ତ ଡକ୍ୟୁମେଣ୍ଟ ଯାଞ୍ଚ କରିଥିଲେ। ତାଙ୍କର ଏହି ଗସ୍ତ ସମୟରେ ବିଡିଓ ଶ୍ରୀ ଗୌର ଚନ୍ଦ୍ର ପଟ୍ଟନାୟକଙ୍କ ସମେତ ପଞ୍ଚାୟତ ଅଧିକାରୀ ଅଶୋକ କୁମାର ପଟ୍ଟନାୟକ, ଗ୍ରାମପଞ୍ଚାୟତ ଉନ୍ନୟନ ଅଧିକାରୀ ଜିପିଡିଓ ,ଏ.ଡି. ପ୍ରସାଦ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *