ପୁଣ୍ୟାତ୍ମା ଖତୀବେୱl ଙ୍କ ଚଉଦ ତମ ଶ୍ରାଦ୍ଧ ବାର୍ଷିକୀ ରେ ସ୍ମୃତି ସଭା ଓ ପାଠ ଉପକରଣ ବଣ୍ଟନ !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଡମପଡା ବ୍ଲକ ଅନ୍ତର୍ଗତ ଦୁଲଣାପୁର ଗ୍ରାମ ର ସେହ୍ନି, ଧର୍ମପରାୟଣ ତଥା ଦୁଲଣାପୁର ଗ୍ରାମର ସୁକନ୍ୟା ଖତୀବେୱ। ଙ୍କ ଚଉଦ ତମ ଶ୍ରାଦ୍ଧ ବାର୍ଷିକୀ ରେ ସ୍ମୃତି ସଭା ଓ ପାଠ ଉପକରଣ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଦୁଲଣାପୁର ଗ୍ରାମ ପଞ୍ଚାୟତର ବାରବାଟି ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ବିଦ୍ୟାଳୟର 35ରୁ ଉର୍ଦ୍ଧ୍ବ ଜଣ ଛାତ୍ରଛାତ୍ରୀ ଙ୍କୁ ବହି, ଖାତା, କଲମ ଓ ବିସ୍କୁଟ ବଣ୍ଟନ କରାଯାଇଥିଲା । ଖତିବେୱ। ସ୍ମୃତି ପରିଷଦ ର ସଭାପତି ତଥା ସାମାଜିକ କର୍ମୀ ନିରଞ୍ଜନ ସାହୁ ଙ୍କ ନେତୃତ୍ବରେ ଆୟୋଜିତ ସ୍ମୃତି ସଭା ଓ ବଣ୍ଟନ କାର୍ଯ୍ୟକ୍ରମ ରେ ମୂଖ୍ୟ ଅତିଥି ଭାବେ ଅକ୍ଷୟ ଯୁବ ସଂଘର ଆବାହକ ଅବିନାଶ ପଟ୍ଟନାୟକ,ମୂଖ୍ୟ ବକ୍ତା ଭାବେ ଶିକ୍ଷାବିତ୍ ନିମେଇଁ ଚରଣ ସାହୁ, ସମ୍ମାନିତ ଅତିଥି ଭାବେ ପ୍ରକୃତିବନ୍ଧୁ ବିଶ୍ଵରଞ୍ଜନ ସ୍ୱାଇଁ, ଯୁବ ସମ୍ବାଦିକ ସୁବ୍ରତ କୁମାର ନାୟକ ପ୍ରମୁଖ ଉପସ୍ଥିତ ରହି ସ୍ୱର୍ଗତ ବେୱ। ଙ୍କ ନିର୍ଭିକତା, ସମାଜସେବା ଓ ସମାଜ ପ୍ରତି ତାଙ୍କର ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ। ଶେଷରେ ସମାଜସେବୀ ମୁକେଶ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତ କାର୍ଯ୍ୟକୁ ପ୍ରତାପ ନାଏକ, ସମାଜସେବୀ ସଞ୍ଜୟ ସାହୁ, ବିବିଦ୍ର ଦେହୁରୀ , ଅଜୟ ସିଠ ପ୍ରମୁଖ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *