ଭକ୍ତିମୟ ପରିବେଶରେ ଅନୁଷ୍ଠିତ ହେଲା ଶ୍ରୀ କୃଷ୍ଣ ଲୀଳା !!!

Spread the love

ବେଗୁନିଆ ( ଆୱାଜ ମିଡ଼ିଆ ) – ସମିର ସୁନ୍ଦରାୟ : ପବିତ୍ର କାର୍ତ୍ତିକ ମାସରେ ଭକ୍ତି ଓ ସଂସ୍କୃତିର ପରିବେଶରେ ମୁଖରିତ ହୋଇଉଠିଛି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକର କରଡ଼ଗାଡ଼ିଆ ଗ୍ରାମ। ଏଠାରେ ଭଗବାନ ଶ୍ରୀକୃଷ୍ଣଙ୍କ ଲୀଳା ଉପରେ ଆଧାରିତ ‘ଶ୍ରୀକୃଷ୍ଣ ଲୀଳା’ ବେଶ୍ ଭକ୍ତିପୂତ ଓ ଆକର୍ଷଣୀୟ ଢଙ୍ଗରେ ଅନୁଷ୍ଠିତ ହୋଇଯାଇଛି। କାର୍ତ୍ତିକ ମାସର ପବିତ୍ର ଅବସରରେ କରଡ଼ଗାଡ଼ିଆ ଗ୍ରାମରେ ଆୟୋଜିତ ଏହି ‘ଶ୍ରୀକୃଷ୍ଣ ଲୀଳା’ କାର୍ଯ୍ୟକ୍ରମକୁ ଦେଖିବା ପାଇଁ ଆଖପାଖ ଅଞ୍ଚଳରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଓ ଗ୍ରାମବାସୀଙ୍କ ସମାଗମ ହୋଇଥିଲା। କଳାକାରମାନଙ୍କ ଦ୍ୱାରା ଶ୍ରୀକୃଷ୍ଣଙ୍କ ବାଲ୍ୟଲୀଳା, ଗୋପଲୀଳା ଓ ଅନ୍ୟାନ୍ୟ ପୌରାଣିକ ପ୍ରସଙ୍ଗର ସୁନ୍ଦର ଅଭିନୟ, ସଙ୍ଗୀତ ଏବଂ ନୃତ୍ୟ ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ପାରମ୍ପରିକ ଲୋକକଳା ଓ ଆଧ୍ୟାତ୍ମିକ ପରମ୍ପରାକୁ ବଞ୍ଚାଇ ରଖିବାରେ ଏଭଳି ଆୟୋଜନ ଏକ ଉତ୍ତମ ପ୍ରୟାସ ବୋଲି ସ୍ଥାନୀୟ ଅଞ୍ଚଳରେ ମତ ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *