ସବୁଜ ଘାସର ଗାଲିଚାରେ ଆଉ ଦେଖାଯାଉନି ଲାଲ ଟୁକଟୁକ ସାଧବ ବୋହୁ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ହଜିଗଲାଣି ସାଧବ ବୋହୁର ଉପସ୍ଥିତି . ଶେଫାଳି ଫୁଲ ରାତିରେ ଫୁଟି ,ସକାଳକୁ ମଉଳି ଗଲେବି ତାର ସ୍ବଳ୍ପସମୟ ଉପସ୍ଥିତି ପ୍ରକୃତିପ୍ରେମୀଂକୁ କରେ ଆନମନା । ଠିକ୍ ସେହିପରି ଲାଲ ଟୁକୁଟୁକ ସାଧବ ବୋହୂ ପୃଥିବୀଫୃଷ୍ଠକୁ କ୍ଷଣିକ ସମୟ ପାଇଁ ଆସିଥିଲେବି କୁନିକୁନି ଛୁଆ, ତରୁଣୀ ଆଉ ପରିବେଶବିତ୍ଂକ ହୃଦମନକୁ ଆମୋଦିତ କରିଥାଏ । ଦାରୁଣ ତାତି ପରେ ମୌସୁମିର ଆଗମନ ସହିତ ତାଳଦେଇ ଓଦାମାଟିର ସବୁଜ ଗାଲିଚା ପରେ ଦେଖାଯାଆନ୍ତି ସାଧବ ବୋହୂ ମାନେ । କିଂତୁ ବର୍ତ୍ତମାନର ଜୈବ ବିବିଧତା ଏବଂ ପ୍ରଦୂଷିତ ପରିବେଶ ପାଇଁ ଏମାନଂକର ସଂଖ୍ୟା ବହୁତ କମିଗଲାଣି ।ଓଡିଶାରେ ଅନେଶ୍ୱତ ମହାବାତ୍ୟା ଠାରୁ ପୂର୍ବପରି ଶାଗୁଣା, ଗାଁ ଗଣ୍ତାର ଜଂଗଲରେ ଲୁଚି ରହୁଥିବା ବିଲୁଆ, ଧାନଜମିରେ ଗେଣ୍ତା, ବିଲ କଂକଡାଂ ମାନଙ୍କ ବଂଶ ଲୋପ ପାଇଲାଣି । ପ୍ରକୃତିର ସୃଷ୍ଟି ଏଇ ସାଧବ ବୋହୂର ସ୍ଥିତି ବଜାୟ ରଖିବାର ଆବଶ୍ୟକତା ରହିଛି ।

Leave a Reply

Your email address will not be published. Required fields are marked *