ହିନ୍ଦୋଳ ବନବିଭାଗ ଅଧିକାରୀଙ୍କ ଦ୍ଵାରା ୫ ଶିକାରୀ ଗିରଫ !!!

Spread the love

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ହିନ୍ଦୋଳ ବନବିଭାଗ ଅଧିକାରୀଙ୍କ ଦ୍ଵାରା ୫ ଶିକାରୀ ଗିରଫ . ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନବିଭାଗ 5 ଜଣ ଙ୍କୁ ଶିକାର କରିବା ତଥା ବିସ୍ପୋରକ ଦ୍ରବ୍ୟ ରଖିଥିବା ଅପରାଧରେ ଗିରଫ କରିଛି । ଗିରଫ ବ୍ୟକ୍ତି ମାନେ ଗୁରୁଜଙ୍ଗ ର କାର୍ତ୍ତିକ ପାଇକ , ଖାଳିବରେଇ ର ଦୋଳଗୋବିନ୍ଦ ଗଡ଼ନାଏକ , ଗୁରୁଜଙ୍ଗ ର ଲିଟୁ ପାଇକ , ବିନମୋରି ର ମାଧବ ରାଉତ , ରା଼ସୋଳର ନିରଞ୍ଜନ ସାହୁ ଏବଂ ଖାଳିବରେଇ ର ଶୈଳ ଗଡ଼ନାଏକ ବୋଲି ବନବିଭାଗ ତରଫରୁ ସୂଚନା ମିଳିଛି । ସମସ୍ତ ବ୍ୟକ୍ତି ରାସୋଳ ବନଖଣ୍ଡ ର ବୋଲି ଜଣାପଡିଛି । ସେମାନଙ୍କଠାରୁ 3ଟି ବନ୍ଧୁକ, ଟର୍ଚ୍ଚ ଲାଇଟ, ଅନେକ ବିସ୍ପୋରକ ସାମଗ୍ରୀ ରାସୋଳ ବନବିଭାଗ ଦ୍ୱାରା ଜବତ କରାଯାଇଛି ।

Leave a Reply

Your email address will not be published. Required fields are marked *