ବିଜୁଳି ଦରବୃଦ୍ଧି ପ୍ରତିବାଦରେ ଭାଜପା ଫୁଲବାଣୀ ବ୍ଲକ ଶାଖା ତରଫରୁ ଦାବୀପତ୍ର ପ୍ରଦାନ !!!

Spread the love

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କରୋନା ମହାମାରୀ ସମୟରେ ସର୍ବ ସାଧାରଣ ଖଟିଖିଆ ଦିନ ମଜୁରିଆଙ୍କ ଜୀବନ ଜୀବିକା ପ୍ରଭାବିତ ହୋଇଥିବା ବେଳେ ଅନ୍ୟପଟେ ଘନଘନ ବିଦ୍ୟୁତ କାଟ ସାଙ୍ଗକୁ ବିଜୁଳି ଦରର ଅହେତୁକ ବୃଦ୍ଧି ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡିଲେଣି । ଏନେଇ କନ୍ଧମାଳ ଜିଲ୍ଲାର ଫୁଲବାଣୀ ବ୍ଲକ ତରଫରୁ ବିଜୁଳି ଦରବୃଦ୍ଧି ଏବଂ ବାରମ୍ବାର ବିଜୁଳି କାଟ ବିରୁଦ୍ଧରେ ଓ ଦରବୃଦ୍ଧି ପ୍ରତ୍ୟାହୃତ ଦାବୀରେ, ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଭାରତୀୟ ଜନତା ପାର୍ଟି ଫୁଲବାଣୀ ବିଦ୍ୟୁତ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମଟି ନଗର ସଭାପତି ଶ୍ରୀ ସୁଶାନ୍ତ ମହାନ୍ତି ଓ ଫୁଲବାଣୀ ଗ୍ରାମୀଣ ମଣ୍ଡଳ ସଭାପତି ଶ୍ରୀ ଆଦିତ୍ୟ କହଁରଙ୍କ ନେତୃତ୍ୱରେ ହୋଇଥିବାବେଳେ, ଜିଲ୍ଲା ସାଧାରଣ ସଂପାଦକ ଲିଙ୍ଗରାଜ ଦଳବେହେରା ଓ ଜିଲ୍ଲା ଉପ ସଭାପତି ଶ୍ରୀ ରମେଶ ଚନ୍ଦ୍ର ମହାନ୍ତି ମାର୍ଗଦର୍ଶନ ଦେଇଥିଲେ । ଜିଲ୍ଲା କାର୍ଯ୍ୟକର୍ତ୍ତା ଚନ୍ଦ୍ର ପଣ୍ଡାଙ୍କ ସମେତ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଗୋଲକ କହଁର, ସାଧାରଣ ସଂପାଦକ ବିଶ୍ୱରଂଜନ ଦାସ, ରତନ ଚୌଧୁରୀ, ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ଶ୍ରୀମତୀ ସ୍ମିତାରାଣୀ ମହାନ୍ତି, ନମିତା ବେହେରା, ରାଜକୁମାରୀ ନାୟକ, ସୁଧାଂଶୁ ଗୁରୁ, ଅମୀୟ କୁମାର ଦାସ, ବନମାଳୀ ନାୟକ ପ୍ରମୁଖ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *