ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନବିଭାଗକୁ ମିଳିଛି ବଡ ସଫଳତା । ଦୀର୍ଘ ଦିନ ଧରି ପଶୁ ଶୀକାର କରୁଥିବା ଚାରି ଶିକାରୀଙ୍କୁ ଗିରଫ କରିଛି ବନବିଭାଗ . ହିନ୍ଦୋଳ ବନବିଭାଗର ଅଷ୍ଟପାଳ ବନ୍ୟାଞ୍ଚଳରୁ ଶିକାର କରି ଜଙ୍ଗଲୀ ବାର୍ହା ମାଂସ ବିକୁଥିବାର ଜାଣି ହିନ୍ଦୋଳ ବନବିଭାଗ ତରଫରୁ ଚଢ଼ାଉ କରାଯାଇଥିଲା । ଗିରଫ ହୋଇଥିବା ଶିକାରୀ ମାନେ ହେଲେ – ସାନ୍ତୋଶ ବେହେରା , ଗଙ୍ଗାଧର ପ୍ରଧାନ , କୁମୁଦା ସାମଲ ଏବଂ ସୁଜାନ୍ତ ପ୍ରଧାନ । ସେମାନଙ୍କ ଠାରୁ ଦୁଇ କେଜି ଜିଆଇ ତାର , ଓଜନ ପ୍ୟାନ ଜବତ ହୋଇଥିବା ବେଳେ କୋଡିଏ କେଜି ବାର୍ହା ମାଂସ ଜବତ କରିଛି ବନବିଭାଗ . ସମ୍ପୃକ୍ତ ବ୍ୟକ୍ତି ମାନଙ୍କୁ ହିନ୍ଦୋଳ ବନବିଭାଗର ଓସ୍ତୁପାଳ ରୁ ବନବିଭାଗ ଦ୍ୱାରା ଗିରଫ କରାଯାଇଛି ।
ଚାରି ଶିକାରୀ ଙ୍କୁ କାବୁ କଲା ହିନ୍ଦୋଳ ବନବିଭାଗ !!

