ସରକାରୀ ନିଯୁକ୍ତି କ୍ଷେତ୍ରରେ ଆବେଦନ ବୟସ ସୀମା 42 ବର୍ଷକୁ ବୃଦ୍ଧି ପାଇଁ ଜିଲ୍ଲା ଯୁବ କଂଗ୍ରେସର ଦାବୀ !!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ସରକାରୀ ନିଯୁକ୍ତି କ୍ଷେତ୍ରରେ ଆବେଦନ ବୟସ ସୀମା 42 ବର୍ଷକୁ ବୃଦ୍ଧି ପାଇଁ ଜିଲ୍ଲା ଯୁବ କଂଗ୍ରେସର ଦାବୀ . ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିରେ ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟ ଶାସନ ସଚିବଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି । ଜିଲ୍ଲା ଯୁବ କଂଗ୍ରେସ ସଭାପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ନେତୃତ୍ୱରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ବିଭିନ୍ନ ନାରାବାଜୀ କରିଥିଲେ କଂଗ୍ରେସ କର୍ମୀ । ସେମାନଙ୍କ ଦାବି ଅନୁଯାୟୀ ରାଜ୍ୟରେ ନବୀନ ସରକାର 21 ବର୍ଷର ଶାସନ ପରେ ମଧ୍ୟ ଯୁବ ପିଢ଼ି ନିଯୁକ୍ତି ନପାଇ ଦିଗହରା ହେବା ସହ ଉତ୍କଟ ବେକାରୀ ସମସ୍ୟା ଦେଖା ଦେଇଛି । ସରକାର ଯୁବ ପିଢ଼ିଙ୍କୁ ଅଧିକ ପ୍ରୋତ୍ସାହନ ଦେବା କଥା କିନ୍ତୁ ତାହା ନ କରିବା ଦ୍ୱାରା ଯୁବ ପିଢ଼ିଙ୍କ ଭବିଷ୍ୟତ ଅନ୍ଧାରକୁ ଠେଲି ହୋଇ ଯାଇଛି ବୋଲି ଅଭିଯୋଗ କରିଛନ୍ତି ।

ଓଡ଼ିଶା ଷ୍ଟାଫ ସିଲେସନ କମିଶନ, ଷ୍ଟେଟ ସିଲେକ୍ସନ ବୋର୍ଡ ଦ୍ୱାରା ପରିଚାଳିତ ବିଭିନ୍ନ ଚାକିରୀରେ ଖାଲି ଥିବା ପଦବୀ ଗୁଡିକ ନିୟମ ଅନୁସାରେ ପ୍ରତ୍ୟେକ ବର୍ଷ ପୂରଣ ହେବା କଥା କିନ୍ତୁ ତାହା ଠିକ ସମୟରେ ପୂରଣ ନ ହେବା କାରଣରୁ ବହୁ ଆଶାୟୀ ମେଧାବୀ ଛାତ୍ରଛାତ୍ରୀ ମାନଙ୍କର ଉଜ୍ଜଳ ଭବିଷ୍ୟତ ଅନ୍ଧକାର ଆଡକୁ ଠେଲି ହୋଇଯାଇଛି । ଓଡ଼ିଶା ସରକାର 32 ବର୍ଷରେ ସରକାରୀ ଚାକିରୀ ପାଇବା ପାଇଁ ସୀମିତ ରଖୁଥିବା ରୁ ବହୁ ଛାତ୍ର ଛାତ୍ରୀ ସରକାରୀ ଚାକିରୀ ପାଇବାରୁ ବଞ୍ଚିତ ହେଉଛନ୍ତି । ଅନ୍ୟାନ୍ୟ ରାଜ୍ୟରେ ଏହି ବୟସ ସୀମାରେ କୋହଳ କରାଯାଇ ଥିବାବେଳେ ଓଡ଼ିଶାରେ ତାରତମ୍ୟ ରହୁଥିବା ରୁ ବହୁ ମେଧାବୀ ଛାତ୍ରଛାତ୍ରୀ ମାନେ ଉଚ୍ଚଶିକ୍ଷା ଲାଭ କରି ସରକାରୀ ଚାକିରୀ ପାଇବା ରୁ ବଞ୍ଚିତ ରହୁଛନ୍ତି ।ଏ ସବୁକୁ ଦୃଷ୍ଟି ରେ ରଖି ଚାକିରୀ ବୟସ ସୀମା ବୃଦ୍ଧି କରାଗଲେ ବହୁ ଛାତ୍ର ଛାତ୍ରୀ ନିଯୁକ୍ତି ପାଇ ପାରିବେ ବୋଲି ଜିଲ୍ଲା ଯୁବ କଂଗ୍ରେସ କମିଟି ପ୍ରସ୍ତାବ ରଖିଛି । ଏ ନେଇ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟ ଶାସନ ସଚିବଙ୍କୁ ପ୍ରଦାନ କରା ଯାଇଛି । ଏହି କାର୍ଯ୍ୟକ୍ରମ ରେ କଂଗ୍ରେସ ନଗର ସଭାପତି ବସନ୍ତ ପଣ୍ଡାଙ୍କ ସମେତ ଯୁବ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *