S.K.C.G ସ୍ୱୟଂଶାସିତ ମହାବିଦ୍ୟାଳୟର କଳାରେ ଗୀତାଞ୍ଜଳି ପଣ୍ଡା ଶ୍ରେଷ୍ଠ ଗ୍ରାଜୁଏଟ

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ସ୍ଥାନୀୟ SKCG ସ୍ୱୟଂ ଶାସିତ ମହାବିଦ୍ୟାଳୟ 19-20 ର ଯୁକ୍ତ ତିନି ଶେଷ ବର୍ଷର ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ଭୂଗୋଳ ବିଭାଗର ଛାତ୍ରୀ ସୁଶ୍ରୀ ଗୀତାଞ୍ଜଳି ପଣ୍ଡା ଭୂଗୋଳ ସମ୍ମାନରେ ପ୍ରଥମଶ୍ରେଣୀରେ ପ୍ରଥମସ୍ଥାନ ଅଧିକାର କରିବା ସହ ମହାବିଦ୍ୟାଳୟର କଳାରେ ସର୍ଵଶ୍ରେଷ୍ଠ ଗ୍ରାଜୁଏଟ କଳାରେ ସ୍ୱତନ୍ତ୍ର ବିଶିଷ୍ଟ ସମ୍ମାନ ପ୍ରାପ୍ତ କରିଛନ୍ତି। ସେ ସର୍ଵ ମୋଟ 84 ପ୍ରତିଶତ ସହ ଭୂଗୋଳ ସମ୍ମାନରେ 88 ପ୍ରତିଶତ ମାର୍କ ରଖି GPA 8.87 ରଖିଛନ୍ତି। ସେ HSC ଏବଂ +2 ପରୀକ୍ଷାରେ ପ୍ରଥମ ସ୍ଥାନରେ ପାସ କରିଛନ୍ତି। ସେ ମଧ୍ୟ2017-18ରେ ଭୂଗୋଳ ବିଭାଗର ନବାଗତାଙ୍କ ମଧ୍ୟରେ ଚମ୍ପିୟାନ ହେବା ସହ ବିଭାଗର ଆଲୋଚନା ଚକ୍ରର ସହ ସଂପାଦିକା ଏବଂ ସମ୍ପାଦିକା ଦାୟିତ୍ୱ ଅତି ସୁନ୍ଦର ଭାବେ ପରିଚାଳନା କରି ଆୟୋଜିତ ସମସ୍ତ ଆଲୋଚନା ଚକ୍ର GKଏବଂ କୁଇଜ ପ୍ରତିଯୋଗିତାରେ ସକ୍ରିୟ ଅଂଶଗ୍ରହଣ କରୁ ଥିଲେ। ସେ ଭୂଗୋଳ ବିଭାଗ ତଥା ମହାବିଦ୍ୟାଳୟ ଦ୍ବାରା ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ କରି ଅନେକ ମାନପତ୍ର ଓ ପୁରସ୍କାର ପ୍ରାପ୍ତ କରିଛନ୍ତି। ଭୂଗୋଳରେ ସୁନାମଧନ୍ୟ ବିଶ୍ୱ ବିଦ୍ୟାଳୟରୁ PG କରିବା ପାଇଁ ପ୍ରବଳ ଆଗ୍ରହ ତାଙ୍କର ଏହି ସଫଳତାପାଇଁ ସେ ମହାବିଦ୍ୟାଳୟର ଅବସର ପ୍ରାପ୍ତ ଅଧ୍ୟକ୍ଷ ତଥା ବିଭାଗର ବରିଷ୍ଠ ପ୍ରଧ୍ୟାପକ ଶ୍ରୀ ଇନ୍ଦୁଭୂଷଣ ସାହୁ ଏବଂ ଅଧ୍ୟାପକ ଶ୍ରୀ ବଇଲୋଚନ ବେହେରାଙ୍କ ଉତ୍ତମ ଶିକ୍ଷାଦାନ ମାର୍ଗଦର୍ଶନ ତଥା ବ୍ୟକ୍ତିଗତ ପ୍ରଚେଷ୍ଟା ପାଇଁ ସଂମ୍ଭବ ବୋଲି ସୁଶ୍ରୀ ପଣ୍ଡା ମତବ୍ୟକ୍ତ କରିଛନ୍ତି। ସୁଶ୍ରୀ ଗୀତାଞ୍ଜଳି ପଣ୍ଡା ପାରଳାଖେମୁଣ୍ଡି ସ୍ଥିତ ଶ୍ରୀଯୁକ୍ତ ବଳରାମ ପଣ୍ଡା ଓ ଶ୍ରୀମତୀ ଶାନ୍ତି ପଣ୍ଡାଙ୍କ ଜ୍ୟଷ୍ଠ କନ୍ୟା ଅତୀତରେ ମଧ୍ୟ ଅନେକ ଛାତ୍ରଛାତ୍ରୀ ବେଷ୍ଟ ଗ୍ରାଜୁଏଟ ସମ୍ମାନପ୍ରାପ୍ତ କରିଛନ୍ତି ଏବଂ ମହାବିଦ୍ୟାଳୟରେ ଭୂଗୋଳ ବିଭାଗର ଏକ ସ୍ୱତନ୍ତ୍ର ପରିଚୟ ସମ୍ମାନପ୍ରାପ୍ତ କରି ଛନ୍ତି।ଏବଂ ଭୂଗୋଳ ବିଭାଗର ଏକ ସ୍ୱତନ୍ତ୍ର ପରିଚୟ ବଜାୟ ରହିଛି।

Leave a Reply

Your email address will not be published. Required fields are marked *