ସାପ କାମୁଡ଼ିଦେଲା ବୋଲି , ତାକୁ କାମୁଡି କାମୁଡି ମାରିଦେଲେ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ବେଳେବେଳେ ଏମିତି କିଛି ଘଟଣା ଘଟେ , ଯାହା ଶୁଣିଲେ କାନକୁ ବିଶ୍ୱାସ ହୁଏ ନାହିଁ . ଯାଜପୁର ଜିଲ୍ଲା ଦାନଗଦି ବ୍ଲକ ଅଂଚଳରେ ଘଟିଛି ଏମିତି ଏକ ଘଟଣା , ସାପ କାମୁଡ଼ାରେ ଆଘାତ ପାଇବା ପରେ ଜଣେ ବ୍ୟକ୍ତି ସାପକୁ କାମୁଡି ମାରିଦେବା ଘଟଣା ଚଳଚିତ୍ରର କାହାଣୀ ପରି ଲାଗୁଥିଲେ ମଧ୍ୟ ସତ । ଏ ଘଟଣା ବିଶ୍ୱାସ ନହଲେ ଘଟିଛି , ଗତ କାଲି ରାତି ରେ ଦାନଗଦି ବ୍ଲକ ଅନ୍ତର୍ଗତ ଶାଳିଜଙ୍ଗା ପାଞ୍ଚୟତ ଗମ୍ଭାରୀପାଟିଆ ଗ୍ରାମ ରେ ଘଟିଥିଲା ଏପରି ଏକ ଅଭାବନିୟ ଘଟଣା । ଗ୍ରାମର କିଶୋର ବଦରା, ପିତା- ଜୁରା ବଦରା , ବୟସ ୪୫ । କିଶୋର ଗତ କାଲି ସନ୍ଧ୍ୟା ୬ ଟା ବେଳେ ଚାଷ ଜମି ରୁ ଫେରିବା ସମୟରେ ସର୍ପଘାତ ର ଶିକାର ହୋଇଥିଲେ । ସେ ନିଜେ ସାପଟିକୁ ଧରି ଦେଖିଥିଲେ ଯେ ସେ ସାପଟି ଚିତି ସାପ। ସଙ୍ଗେ ସଙ୍ଗେ ପ୍ରତିଶୋଧ ପରାୟଣ ହୋଇ ସାପଟିକୁ ଅତି ନିର୍ମମ ଭାବେ କାମୁଡି କାମୁଡି ମାରିଦେବା ସହ ତା ରକ୍ତ କୁ ପିଇଥିବା କହିଛନ୍ତି ଦନ୍ତାଘାତ ପାଇଥିବା ବ୍ୟକ୍ତି । ଘରକୁ ଫେରି ତାଙ୍କ ସ୍ତ୍ରୀ କୁ ଏ କଥା ଜଣାଇଥିଲେ ଓ ପରେ ହାତରେ ସାପ ଟି କୁ ଧରି ଗାଁ ରେ ବୁଲୁଥିବା ର ଦେଖିବାକୁ ମିଳିଥିଲା । ସେ ଅନ୍ଧ ବିଶ୍ୱାସ ର ବଶବର୍ତ୍ତୀ ହୋଇ ଗୁଣିଆ ପାଖକୁ ଯାଇ ଝଡ଼ା ଫୁଙ୍କା ଆରମ୍ଭ କରିଥିଲେ । କିନ୍ତୁ ଡାକ୍ତରଖାନାକୁ ଗଲେନାହିଁ । ପରେ ସ୍ଥାନୀୟ ଲୋକେ ମେଡିକାଲ ଯିବାକୁ ଯେତେ ବାଧ୍ୟ କରିଥିଲେ ମଧ୍ୟ ସେ କାହା କଥା ଶୁଣି ନ ଥିଲେ । ତେବେ ସେ ତାଙ୍କ ଆଦିବାସୀ ମାନଙ୍କ ମେଡିକାଲ ବୋଲାଉଥିବା ଗାଁ ପାଖ ଗଳିସନ୍ଧି ନାମକ ଏକ ସ୍ଥାନ କୁ ଯାଇ ଝଡାଫୁଂକା କରିଥିବା କହିଛନ୍ତି ଓ ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜଣା ପଡ଼ିଛି । ସାପକୁ କାମୁଡି ମାରିଦେବା ଘଟଣା ଏବେବି କାନ କୁ ବିଶ୍ୱାସ ହେଉନି .

Leave a Reply

Your email address will not be published. Required fields are marked *