ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ସ୍ଥିତ ଗୋଦାବରୀଶ ମହାବିଦ୍ୟାଳୟ ରେ ଲକ୍ଷାଧିକ ଟଙ୍କାର ଦୁର୍ନୀତି ଅଭିଯୋଗ ସମ୍ପର୍କରେ ବିଭିନ୍ନ କଥା ଚର୍ଚ୍ଚା ଆଲୋଚନା ହେଉଥିବା ସମୟରେ ସାମନାକୁ ଆସିଛି , କଲେଜ ଅଧକ୍ଷ ଏବଂ ଦାୟିତ୍ୱରେ ଥିବା ତତ୍କାଳୀନ ମୁଖ୍ୟ କିରାଣୀଙ୍କ ପ୍ରତିକ୍ରିୟା l ପ୍ରକାଶ ଥାଉକି ଗତ ୧୧ ତାରିଖରେ ବିଭିନ୍ନ ଗଣମାଧ୍ୟମରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ର ବହୁ ପୁରାତନ ତଥା ପ୍ରତିଷ୍ଠିତ ଗୋଦାବରୀଶ ମହାବିଦ୍ୟାଳୟର ଛାତ୍ରୀନିବାସ ପରିଚାଳନାରେ ଦେଢ଼ଲକ୍ଷ ଟଙ୍କାର ଦୁର୍ନୀତି ହୋଇଥିବାରୁ କଲେଜ ଅଧ୍ୟକ୍ଷ ଡ଼ା ପ୍ରମୋଦ କୁମାର ପାଢ଼ୀ ତାହାର ତଦନ୍ତ କରି ତତ୍କାଳୀନ ମୁଖ୍ୟ କିରାଣୀ ଦାୟିତ୍ୱରେ ଥିବା ଦୁର୍ଯ୍ୟୋଧନ ସାହୁଙ୍କୁ ପଦଚ୍ୟୁତ କରିଥିବାର ଖବର ପ୍ରସାରଣ ହୋଇଥିଲା l ତେବେ ଉକ୍ତ ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ଆମ ପ୍ରତିନିଧିଙ୍କ ସହ ଅନ୍ୟାନ୍ୟ ଗଣମାଧ୍ୟମର ପ୍ରତିନିଧି ମାନେ ଗୋଦାବରୀଶ ମହାବିଦ୍ୟାଳୟର ଅଧ୍ୟକ୍ଷ ଏବଂ ତତ୍କାଳୀନ ମୁଖ୍ୟ କିରାଣୀ ଦାୟିତ୍ୱରେ ଥିବା ଦୁର୍ଯ୍ୟୋଧନ ସାହୁଙ୍କର ପ୍ରତିକ୍ରିୟା ନେଇଥିଲେ l ପ୍ରତିକ୍ରିୟାରେ କଲେଜ ଅଧ୍ୟକ୍ଷ ଏହିଭଳି କୌଣସି ତଦନ୍ତ ହୋଇନାହିଁ କିମ୍ବା କାହାକୁ ପଦଚ୍ୟୁତ କରାଯାଇ ନାହିଁ ବୋଲି ସ୍ପଷ୍ଟ କହିଥିଲେ l ତତ ସହିତ ଦୁର୍ନୀତି ସମ୍ପର୍କରେ ମୁଁ ବିଭିନ୍ନ ଗଣମାଧ୍ୟ୍ୟମରୁ ଜାଣିବାକୁ ପାଇଲି, ତେଣୁ ଦୁର୍ନୀତି ହୋଇଛି କି ନାହିଁ ତାହା ତଦନ୍ତ ହେଲେ ଜଣାପଡିବ ଏବଂ ଦୁର୍ଯୋଧନ ସାହୁଙ୍କୁ କେବଳ ତାଙ୍କ ମୂଳ ପଦବୀକୁ ବଦଳି କରାଯାଇଛି, ଏହା କଲେଜର ପ୍ରଶାସନିକ ବିଭାଗର ଏକ ସ୍ୱାଭାବିକ ପ୍ରକ୍ରିୟା ବୋଲି କହିଥିଲେ l ପୂର୍ବରୁ ମୁଖ୍ୟ କିରାଣୀ ଦାୟିତ୍ୱରେ ଥିବା ଦୁର୍ଯୋଧନ ସାହୁ ତାଙ୍କ ପ୍ରତିକ୍ରିୟାରେ କହିଥିଲେ ଯେ ଏହି ଘଟଣାର କୌଣସି ସତ୍ୟତା ନାହିଁ କି ମୋତେ ପଦଚ୍ୟୁତ କରାଯାଇ ନାହିଁ l ମୁଁ ମୋର ମୂଳ ପଦବୀରେ କାର୍ଯ୍ୟ କରିବା ପାଇଁ ଅଧକ୍ଷଙ୍କ ଠାରୁ ଗତ ୬ ତାରିଖରେ ଚିଠି ପାଇଥିବାରୁ ମୁଁ କେବଳ ପୂର୍ବ ଭାରପ୍ରାପ୍ତ ଦାୟିତ୍ୱ ରୁ ଅବ୍ୟାହତି ନେଇଛି l ମିଥ୍ୟା ଖବର ବାବଦରେ ମୁଁ ଅଧ୍ୟକ୍ଷଙ୍କୁ ଏକ ଲିଖିତ ଅଭିଯୋଗ କରିବା ସହ ତାହାର ତୁରନ୍ତ ଉତ୍ତର ପାଇଁ ଦାବି କରିଛି l ଉତ୍ତର ମିଳିଲା ପରେ ସେ ଆଗକୁ ବଢିବେ ବୋଲି କହିଥିଲେ l
ଅର୍ଥ ଆତ୍ମସାତ ଅଭିଯୋଗରେ ମୁଖ୍ୟ କିରାଣୀଙ୍କୁ ପଦଚ୍ୟୁତ ଘଟଣା : ପ୍ରତିକ୍ରିୟା ରଖିଲେ ଅଧ୍ୟକ୍ଷ !!!

