ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ସୂଚନା ଲୋକ ସମ୍ପର୍କ ବିଭାଗରେ ଦୀର୍ଘ ଦିନ ହେଲା କର୍ମଚାରୀଙ୍କ ଅଭାବ ଦେଖାଦେଇ ଥିବାର ଦେଖି ବାକୁ ମିଳିଛି। ଏଠାରେ ସ୍ଥାୟୀ ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ନଥିବା ରୁ କ୍ରୀଡ଼ା ଅଧିକାରୀ ପ୍ରଭାକର ତ୍ରିପାଠୀଙ୍କୁ କାମ ଚଳାଇବା ସକାଶେ ଦାୟିତ୍ୱ ଦିଆ ଯାଇଛି।ଏଠାରେ ବହୁ ପଦବୀ କନିଷ୍ଠ,ବରିଷ୍ଠ କିରାଣୀ ପଦବୀ ଖାଲି ପଡ଼ିଛି କାର୍ଯ୍ୟାଳୟରେ ତିନି ଜଣ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ନେଇ ଗଜପତି ଜିଲ୍ଲାର ଜିଲ୍ଲା ସୂଚନା ଲୋକ ସମ୍ପର୍କ କାର୍ଯ୍ୟାଳୟ ଚାଲିଛି। ଏଥିପ୍ରତି ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ନେଲେ ଜିଲ୍ଲାର ଉନ୍ନତି ହୋଇ ପାରିବ ଓ ସରକାରଙ୍କ ଯୋଜନା ପ୍ରଚାର ଓ ପ୍ରସାର ବିଭିନ୍ନ ଉନ୍ନୟନ କାର୍ଯ୍ୟର ପ୍ରଚାର ପ୍ରସାର ହୋଇ ପାରିବ ବୋଲି ଜିଲ୍ଲା ପକ୍ଷରୁ ଆଶା କରାଯାଉଛି।

