ପାରିବାରିକ କଳହରୁ ବିଷ ପିଇଲେ ଦମ୍ପତି : ସ୍ୱାମୀ ମୃତ , ସ୍ତ୍ରୀ ଅସୁସ୍ଥ

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ପାରିବାରିକ କଳହରୁ ଦମ୍ପତି ବିଷ ପିଇଥିବା ଜଣାଯାଇଛି । ଏଥିରେ ସ୍ତ୍ରୀ ଅସୁସ୍ଥ ହୋଇ ପଡିଥିଲେ ସୁଦ୍ଧା ଜୀବିତ ଥିବାବେଳେ , ସ୍ୱାମୀଙ୍କର ମୃତ୍ୟୁ ହୋଇଛି । ଗତକାଲି ବାଣପୁର ଥାନା ଅନ୍ତର୍ଗତ ଅଲାଇଡିହ ଗ୍ରାମର ଏକ ଦମ୍ପତିଙ୍କ ପାରିବାରିକ କଳହ ଯୋଗୁଁ ବିଷ ପିଇ ଦେଇଥିଲେ । ଉଭୟଙ୍କୁ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆ ଯାଇଥିବା ସ୍ଥଳେ ସ୍ତ୍ରୀ ସୁସ୍ଥ ହୋଇ ଯାଇଥିଲେ , କିନ୍ତୁ ବିଷର ପ୍ରଭାବରେ ସ୍ୱାମୀ ନିହାର ରଞ୍ଜନ ଜେନାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ତାଙ୍କୁ ତୁରନ୍ତ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଥିଲା । ତେବେ ବାଟରେ ସ୍ୱାସ୍ଥ୍ୟବସ୍ଥା ଗମ୍ଭୀର ହେବାରୁ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ନିହାରଙ୍କର ମୃତ୍ୟୁ ଘଟିଥିଲା । ଏ ନେଇ ଡାକ୍ତର ଖୋର୍ଦ୍ଧା ଟାଉନ ଥାନାକୁ ସୂଚନା ଦେବା ପରେ ମୃତକଙ୍କ ଶବକୁ ଖୋର୍ଦ୍ଧା ଟାଉନ ଥାନା ପୋଲିସ ଜବତ କରି ୫୯/୨୧ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କଲାପରେ ପରିବାରକୁ ହସ୍ତାନ୍ତର କରିଛି । ସନ୍ଧ୍ୟାରେ ନିହାରଙ୍କର ଶବ ଗ୍ରାମରେ ପହଁଚିଲା ପରେ ଗ୍ରାମରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା ।

Leave a Reply

Your email address will not be published. Required fields are marked *