ଗାଁ ପୋଖରୀରେ ବୁଡି ବୃଦ୍ଧଙ୍କ ମୃତ୍ୟୁ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ନାଭାଲ ଫାଣ୍ଡି ଅନ୍ତର୍ଗତ ପାନ୍ଥନିବାସ ରୋଡ଼ରେ ଏକ ଅଘଟଣ ଘଟିଯାଇଛି l ପୋଖରୀରେ ବୁଡ଼ି ଜଣେ ବ୍ୟକ୍ତିଙ୍କ ପ୍ରାଣ ହାନି ଘଟିଥିବାର ସୂଚନା ମିଳିଛି l ବଡ଼କୁଳ ପାନ୍ଥନିବାସ ରୋଡ଼ରେ ଵାସ କରୁଥିବା ସୁର ସ୍ୱାଇଁ ପୂର୍ବାହ୍ନରେ ଗାଧୋଇବା ନିମନ୍ତେ କସ୍ତୁରି ଲଜ ପଛପଟେ ଥିବା ଏକ ପୋଖରୀକୁ ଯାଇଥିଲେ l ତେବେ ଦୀର୍ଘ ସମୟ ଯାଏଁ ଘରକୁ ନ ଆସିବାରୁ ଘର ଲୋକ ଖୋଜାଖୋଜି କରିବାରୁ ତାଙ୍କୁ ପୋଖରୀ ମଧ୍ୟରେ ବୁଡ଼ି ରହିଥିବାର ଦେଖିବାକୁ ପାଇଥିଲେ l ଏ ନେଇ ସ୍ଥାନୀୟ ଲୋକ ସଙ୍ଗେ ସଙ୍ଗେ ବାଲୁଗାଁ ଅଗ୍ନିଶମ ଅଧିକାରୀ ନିତ୍ୟାନନ୍ଦ ଜେନାଙ୍କୁ ସୂଚନା ଦେବାରୁ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଁଚି ସୁରଙ୍କୁ ପୋଖରୀରୁ ଉଦ୍ଧାର କରି ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରଥିଲେ l ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l

Leave a Reply

Your email address will not be published. Required fields are marked *