ବିନା ବାଧାବିଘ୍ନ ରେ ମା’ ଙ୍କ ପୂଜାର୍ଚ୍ଚନା ହେଉ : କଟକ ସାମାଜିକ ସଙ୍ଘ ତରଫରୁ ଦାବୀ !!!

Spread the love

କଟକ ( ଆୱାଜ ମିଡ଼ିଆ ) – ପ୍ରିୟବ୍ରତ ପଟ୍ଟନାୟକ : ବିନା ବାଧାବିଘ୍ନ ରେ ମା’ ଙ୍କ ପୂଜାର୍ଚ୍ଚନା ହେଉ, ସ୍ୱର ଉଠାଇଲେ କଟକ ମାଟିର ଝିଅ । ଆଗକୁ ଆସୁଛି ପାର୍ବଣର ଋତୁ , ତେବେ କରୋନା ସଂକ୍ରମଣ ଦୃଷ୍ଟିରୁ ବିଭିନ୍ନ ପୂଜା ପାର୍ବଣ ଏବଂ ଉତ୍ସବ ଆୟୋଜନ ଉପରେ ଲଗାଯାଇଛି ସରକାରୀ କଟକଣା . ଗତବର୍ଷ ମଧ୍ୟ କୋଭିଡ କଟକଣା ପାଇଁ ନିରାଡ଼ମ୍ବର ଭାବରେ ପାଳିତ ହୋଇଥିଲା ଜଗତଜନନୀ ମା ‘ ଦୁର୍ଗା ଙ୍କ ପୂଜା . ତେବେ ଚଳିତ ବର୍ଷ ବିନା ବାଧାବିଘ୍ନ ରେ ମା ‘ ଙ୍କ ପୂଜାର୍ଚ୍ଚନା ଆୟୋଜନ ପାଇଁ କଟକ ସାମାଜିକ ସଂଘ ତରଫରୁ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରି ଦାବୀ କରାଯାଇଛି । କୋଭିଡ କଟକଣା ନାମରେ ପରମ୍ପରାକୁ କୁଠାର ଘାତ କରାନଯାଉ ବୋଲି କହିଛନ୍ତି କଟକ ସାମାଜିକ ସଂଗଠନର ସଦସ୍ୟ । ହଜାର ବର୍ଷର ସହର ର ସଂସ୍କୃତି ଓ ପରମ୍ପରା କୁ ବଞ୍ଚାଇବା ଏବଂ ଦୁର୍ଗା ମା ‘ଙ୍କ ପ୍ରତିମୂର୍ତ୍ତି ପୂର୍ବ ପରି ଉଚ୍ଚତା ହେବା ନିମନ୍ତେ କଟକ ସାମାଜିକ ସଙ୍ଘ ତରଫରୁ ଦାବୀ କରାଯାଇଛି । ସଂଗଠନର ଆଭିମୁଖ୍ୟ କୁ ଅତ୍ୟନ୍ତ ସ୍ପଷ୍ଟ କରି କୌଣସି ପ୍ରକାର ସାଜସଜ୍ଜା କିମ୍ବା ଭଷାଣି ଯାତ୍ରା ଦରକାର ନାହିଁ ବୋଲି ପ୍ରକାଶ କରାଯାଇଛି . ତେବେ ପ୍ରଶାସନ ର ସମସ୍ତ କରୋନା ନିୟମ ମାନି ପୂଜା କରାଯାଉ , କିନ୍ତୁ କେବଳ ମା ‘ଙ୍କ ପୂର୍ଣ୍ଣାଙ୍ଗ ଉଚ୍ଚତା ବିଶିଷ୍ଟ ମୂର୍ତ୍ତୀ ଯଥାବିଧି ପୂଜା ପାଇବା ଦରକାର ।

Leave a Reply

Your email address will not be published. Required fields are marked *