ଦୁର୍ନୀତି ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନହେଲେ ଆଇନ ଅମାନ୍ୟ ଆନ୍ଦୋଳନ ପାଇଁ ବାଙ୍କୀ ବିଜେପି ର ଚେତାବନୀ !!!

Spread the love

ଡମପଡା // ବାଙ୍କୀ ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ // ଅନନ୍ତ ରଣା : ଖୋଲୁଛି ଡମପଡା ବ୍ଲକ ର ବିଭିନ୍ନ ପଞ୍ଚାୟତର ଦୁର୍ନୀତିର ପେଡି . ବ୍ଲକ ଅନ୍ତର୍ଗତ ବିଭିନ୍ନ ପଂଚାୟତର ଉନ୍ନୟନ ମୂଳକ କାର୍ଯ୍ୟରେ ମହାଦୁର୍ନୀତି ରହିଥିବା ବିଜେପି ଆଣିଲା ଅଭିଯୋଗ . ତନଖି ପାଇଁ ପହଁଚିଲା ସ୍ୱତନ୍ତ୍ର ପ୍ରତିନଧି ଦଳ . କଟକ ଜିଲ୍ଲା ବାଙ୍କୀ ଡମପଡା ବ୍ଲକ କୁସୁପଙ୍ଗି ପଂଚାୟତରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ମହାଘୋଟଲା ରହିଥିବା ବେଳେ ବିଗତ ଦିନରେ ଏହାକୁ ନେଇ ବିଜେପି ରାଜ୍ୟ ସ୍ତରରେ ସାମ୍ବାଦିକ ସମ୍ମିଳନୀ କରି ଏହାର ପର୍ଦାଫାର୍ସ କରିଥିଲା . ଏହା ଲୋକ ମାନଙ୍କ ମନରୁ ଲିଭି ନଥିବା ବେଳେ ପୁଣି ଏବେ ସେହି ବ୍ଲକ ର ଦୁଲଣାପୁର ପଂଚାୟତରେ ମନରେଗା ଓ ରୁର୍ବାନ ଯୋଜନା ସହିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମହାଦୁର୍ନୀତି ରହିଥିବା ବାଙ୍କୀ ବିଜେପି ଆଣିଲା ଅଭିଯୋଗ. ଘଟଣା ର ସତ୍ୟାସତ୍ୟ ତନଖି ପାଇଁ ଦୁଲଣାପୁର ପଂଚାୟତରେ ଶୁଭ୍ରାଂଶୁ ମୋହନ ପାଢୀଙ୍କ ନେତୃତ୍ୱରେ ପହଁଚିଲା ବିଜେପିର ଏକ ପ୍ରତିନଧି ଦଳ. ପ୍ରତିନିଧି ଦଳ ସମ୍ପୂର୍ଣ୍ଣ ପଂଚାୟତରେ ହୋଇଥିବା ଉନ୍ନୟନ ମୂଳକ କାର୍ଯ୍ୟ ଦେଖିବା ପରେ ବିଭିନ୍ନ କାମରେ ବ୍ୟାପକ ଅର୍ଥ ହରିଲୁଟ ହୋଇଥିବାର ସିଧାସଳଖ ଅଭିଯୋଗ ଆଣିଲା ବିଜେପି . ଖେଳ ପଡିଆ ଓ ପୋଖରୀ ଖୋଳା , ଶିଶୁ ଉଦ୍ୟାନ , ସୋଲାର ପାଣିଟାଙ୍କି ନିର୍ମାଣ , ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତିର ଗନ୍ଧ ସହିତ ଲକ୍ଷ ଲକ୍ଷ ଟଙ୍କାର ମହାଦୁର୍ନୀତି ରହିଥିବା ଜଳ ଜଳ ହୋଇ ସ୍ପଷ୍ଟ ବାରି ପଡୁଥିବା କଥା ପ୍ରକାଶ କରିଛନ୍ତି ବାଙ୍କୀ ବିଜେପି ନେତା ଶୁଭ୍ରାଂଶୁ ମୋହନ ପାଢୀ . ଯେଉଁ ଭଳି ଭାବେ ଖୋଦ ପଂଚାୟତର ସରପଞ୍ଚ ନିଜ ପରିବାର ସଦସ୍ୟଙ୍କ ସହିତ ସମ୍ପର୍କୀୟଙ୍କ ନାମରେ ଜବ କାର୍ଡ ଠାରୁ ଧରି ଅନ୍ତୋଦୟ କାର୍ଡ ହାତେଇଛନ୍ତି ତାହା ଦୁର୍ନୀତିକୁ ସ୍ପଷ୍ଟ ପ୍ରମାଣ କରୁଛି ବୋଲି ପ୍ରକାଶ କରିଛନ୍ତି ବିଜେପି ର କାର୍ଯ୍ୟକର୍ତ୍ତା . ଏବେ ଏହାକୁ ନେଇ ପଂଚାୟତର ଉନ୍ନୟନ ମୂଳକ କାର୍ଯ୍ୟ ଠାରୁ ଆରମ୍ଭ କରି ଜବ କାର୍ଡ ସହିତ ଅନ୍ତୋଦୟ କାର୍ଡ଼ ହାତେଇ ଥିବା ସରପଞ୍ଚ ଙ୍କ ସମେତ ବିଭାଗୀୟ ଅଧିକାରୀ ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହିତ ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ଦାବି ଜୋର ଧରିଲା. ଯଦି ଏ ଦିଗରେ ସଠିକ ତଦନ୍ତ କରି ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରନ୍ତି ତେବେ ଆଗାମୀ ଦିନରେ ଏହାକୁ ବିଜେପି ଘୋର ବିରୋଧ କରି ରାଜରାସ୍ତାକୁ ଓହ୍ଲାଇବା ସହିତ ଆଇନଅମାନ୍ୟ ଆନ୍ଦୋଳନ ପାଇଁ ଦେଇଛି ଚେତାବନୀ .

Leave a Reply

Your email address will not be published. Required fields are marked *