କନ୍ଧମାଳ ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ଶାଖାର କର୍ମକର୍ତ୍ତା ଘୋଷଣା : ଶିବ ତ୍ରିପାଠୀ ଜାତୀୟ ପରିଷଦ ସଦସ୍ୟ ମନୋନୀତ !!!

Spread the love

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲାର ଉତ୍କଳ ସାମ୍ବାଦିକ ସଂଘ ଶାଖାର ନୂତନ କର୍ମକର୍ତ୍ତା ରାଜ୍ୟ ସଭାପତି ବିଭୂତି ଭୂଷଣ କରଙ୍କ ସ୍ବିକୃତି ପରେ ବାଲିଗୁଡା ସ୍ଥିତ ପିଡବ୍ଲୁଡି ଡାକ ବଙ୍ଗଳା ପରିସରରେ ହୋଇଥିବା ବୈଠକରେ ଘୋଷଣା ହୋଇଯାଇଛି। ଜିଲ୍ଲା ସଭାପତି ଭାବେ ସନ୍ତୋଷ କୁମାର ଦାଶ ମନୋନୀତ ହୋଇଥିବା ବେଳେ ଜାତୀୟ ପରିଷଦ ସଦସ୍ୟ ଭାବେ ଶିବ ପ୍ରାସାଦ ତ୍ରିପାଠୀ ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ସୁବାଷ ପ୍ରଧାନ ଓ ଫିଲିମୋହନ ନାୟକ ମନୋନୀତ କରାଯାଇଛି। ଏହା ସହ ଜିଲ୍ଲା ଟିମକୁ ସୁସଂଗଠିତ ଓ ଦୃଢ଼ କରିବା ପାଇଁ କୋଷାଧ୍ୟକ୍ଷ ଭାବେ ସୁବାଷ ମହାରଣା, କାର୍ଯ୍ୟକାରୀ ସଭାପତି ହିମାଂଶୁ ବେହେରା, ଉପସଭାପତି ଭାବେ ପ୍ରେମ ଚାନ୍ଦ ସିଂ, ବୈଦ୍ୟନାଥ ବେହେରା, ପବିତ୍ର ଦିଗାଲ, ସ୍ଵତନ୍ତ୍ର ସମ୍ପାଦକ ଭାବେ ସଞ୍ଜୟ କୁମାର ପାଣିଗ୍ରାହୀ, ସମ୍ପାଦକ ବସନ୍ତ କୁମାର ବେହେରା, ପ୍ରଶାନ୍ତ ଜେନା, ସହ ସମ୍ପାଦକ ଭାବରେ ଅଶ୍ଵିନୀ ମନ୍ତ୍ରୀ, ମହେନ୍ଦ୍ର ପଣ୍ଡା, ସୁଧାଂଶୁ କହଁର ଉପଦେଷ୍ଟା ଭାବେ ସାମ୍ବାଦିକ ସତ୍ୟନାରାୟଣ ପାଢ଼ୀ, ପ୍ରତାପ ଦିଗାଲ, ସଦାଶିବ ପାତ୍ର ଓ ସନ୍ତୋଷ ମିଶ୍ର, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଭାବେ ବି. ଭି ଶଙ୍କର, ଲକ୍ଷ୍ମୀକାନ୍ତ ରାଜଗୁରୁ, ଆଶୁତୋଷ ସାହୁ, ଚନ୍ଦନ ପଣ୍ଡା, ପ୍ରତାପ ନାୟକ ଓ ନିମନ୍ତ୍ରିତ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ସୂର୍ଯ୍ୟନାରାୟଣ ବେହେରା ଓ ରମେଶ ପ୍ରଧାନଙ୍କୁ ମନୋନୀତ କରାଯାଇଛି।

ଏହି ବୈଠକରେ ଜିଲ୍ଲା ସଭାପତି, ଜିଲ୍ଲା କାର୍ଯ୍ୟକର୍ତ୍ତା ଓ ଉପଦେଷ୍ଟା ମଣ୍ଡଳୀ ସର୍ବ ପୁରାତନ ସଂଘର ପୂର୍ବ ଭଳି କିଭଳି ଜିଲ୍ଲାରେ ଗୋଟିଏ ବଡ଼ ସଙ୍ଗଠନ ଭାବେ ଛିଡ଼ା ହେବ ଓ ସଙ୍ଘର ପୂରାତନ ସଦସ୍ୟ ମାନଙ୍କୁ କିଭଳି ସଂଘକୁ ଅଣାଯିବ ସେ ସଂପର୍କ ରେ ଆଲୋଚନା ହେବା ସହ ସାମ୍ବାଦିକ ମାନଙ୍କ ସୁରକ୍ଷା, ପେନସନ, ସ୍ଵାସ୍ଥ୍ୟ ବୀମା ରାଶି ବୃଦ୍ଧି ଦାବୀ ସହ ନିଷ୍ଠା ଓ ଆନ୍ତରିକତା ସହ ସଂଘ କାର୍ଯ୍ୟକରାଯିବ ସେ ସଂପର୍କ ରେ ଆଲୋଚନା ହୋଇଥିଲା। ଶେଷ ରେ ଉପସଭାପତି ବୈଦ୍ୟ ନାଥ ବେହେରା ସମସ୍ତ ନୂତନ କର୍ମକର୍ତ୍ତା ଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ ସଂଘର ଉତ୍ତୋରତ୍ତର ଉନ୍ନତି କାମନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ରାୟ, ଗୁରୁରାମ ପାତ୍ର ପ୍ରମୁଖଙ୍କ ସମେତ ବହୁ ସାମ୍ବାଦିକ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *