ନୂଆଗାଁ ( ଆୱାଜ ମିଡ଼ିଆ ) – ସଞ୍ଜୀବ କୁମାର ଡାକୁଆ : ନୟାଗଡ଼ ବନଖଣ୍ଡ ଅନ୍ତର୍ଗତ ନୁଆଗାଁ ଆମ୍ବପଡ଼ା ଫରେଷ୍ଟ ବିଟ୍ ଅଞ୍ଚଳରେ ବ୍ୟାପକ ଧାନ ଫସଲ ନଷ୍ଟ କଲେ ହାତୀ ପଲ୍ଲ । ସୂଚନା ଅନୁଯାୟୀ ବନ୍ତଳା ଗ୍ରାମର ପୂର୍ଣଚନ୍ଦ୍ର ସାହୁ ନାମକ ଚାଷୀଙ୍କ ସିଙ୍ଗାରପଲ୍ଲୀ ରେ ଥିବା ଚାଷ ଜମି ରେ ହାତୀପଲ୍ଲ ପଶି ଧାନ ଫସଲ କୁ ଦଳି ଚକଟି ନଷ୍ଟ କରିଛନ୍ତି । ଚାରି ମାଣ ଧାନ ଫସଲ ଲାଗିଥିବା ଜମିକୁ ହାତୀ ନଷ୍ଟ କରିଥିବା ବେଳେ ବିଭିନ୍ନ ସମୟରେ ଜଙ୍ଗଲୀ ହାତୀ ଚାଷ ଜମିରେ ପଶି ଉତ୍ପାତ କରୁଛନ୍ତି । ଅଧିକାଂଶ ସମୟରେ ହାତୀ ମାନଙ୍କର ଦୌରାତ୍ମ୍ୟ ଦେଖିବାକୁ ମିଳୁଥିବା ବେଳେ ବନ ବିଭାଗ ତରଫରୁ ଅଭିଯୋଗକୁ ହେୟଜ୍ଞାନ କରାଯାଉଥିବା ଲୋକମାନେ ଅଭିଯୋଗ କରୁଛନ୍ତି ।
ଫସଲ ଦଳି ଦେଲେ ହାତୀ ପଲ୍ଲ !!!

