ବିଦ୍ୟାଳୟ ବନ୍ଦ ଆଦେଶର ପୁନର୍ବିଚାର ପାଇଁ ରାଜ୍ୟ ସରକାରଙ୍କୁ ନିବେଦନ କଲେ ଗ୍ରାମବାସୀ

Spread the love

ନୂଆଗାଁ ( ଆୱାଜ ମିଡ଼ିଆ ) – ସଞ୍ଜୀବ କୁମାର ଡାକୁଆ : ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ କନ୍ଧ ଖାଲମଡ଼ା ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟ ବନ୍ଦ ହେବାକୁ ଯାଉଥିବା ବେଳେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ବନ୍ଦ ନହେବା ପାଇଁ ପୁନର୍ବିଚାର କରିବା ପାଇଁ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି ଗ୍ରାମବାସୀ। ସୂଚନା ଅନୁଯାୟୀ ୧୯୫୩ ମସିହାରେ ସ୍ଥାପିତ ହୋଇଥିବା ଏହି ପ୍ରାଥମିକ ବିଦ୍ୟାଳୟରେ କନ୍ଧ ଖାଲମଡ଼ା ଏବଂ ସାନଜିରି ଆଦିବାସୀ ଗ୍ରାମର ପିଲାମାନେ ପାଠ ପଢିଥାନ୍ତି। ଏହି ବିଦ୍ୟାଳୟ ଆଦିବାସୀ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଠନର ଏକ ମାତ୍ର ମାଧ୍ୟମ। କିନ୍ତୁ ବିଦ୍ୟାଳୟ ଟି ବନ୍ଦ ହେବାକୁ ଯାଉଥିବାରୁ ଛାତ୍ରଛାତ୍ରୀ ଙ୍କ ଭବିଷ୍ୟତ ଅନ୍ଧକାରମୟ ହେବାକୁ ଯାଉଛି। ଗତ ବର୍ଷ ୨୦ ରୁ କମ ଛାତ୍ରଛାତ୍ରୀ ବିଦ୍ୟାଳୟରେ ପଢୁଥିବା ବେଳେ ଚଳିତ ବର୍ଷ ୨୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ବିଦ୍ୟାଳୟରେ ଅଛନ୍ତି। ବିଦ୍ୟାଳୟ ଟି ଯଦି ବନ୍ଦ ହୁଏ ତେବେ ଛାତ୍ର ଛାତ୍ରୀ ଜଙ୍ଗଲିଆ ରାସ୍ତା ୨ କିମି ଅତିକ୍ରମ କରି ନିକଟସ୍ଥ ସିମିଳି ସାହି ବିଦ୍ୟାଳୟକୁ ପାଠ ପଢ଼ିବା ପାଇଁ ଯିବେ।ଯାହାକି ଛାତ୍ର ଛାତ୍ରୀ ଙ୍କ ପାଇଁ ଅସମ୍ଭବ। ଏପଟେ ହାତୀ ଉପଦ୍ରବ ସହ ଜଂଗଲୀ ଜନ୍ତୁଙ୍କ ପ୍ରାଦୁର୍ଭାବ ଥିବାରୁ ଛାତ୍ର ଛାତ୍ରୀ ଙ୍କ ଯାତାୟାତ ଜୀବନ ପ୍ରତି ବିପଦ ରହିଛି। ରାଜ୍ୟ ସରକାରଙ୍କ ଦ୍ଵାରା ଆଦିବାସୀ ଛାତ୍ର ଛାତ୍ରୀ ଙ୍କ ଭବିଷ୍ୟତ ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ ଏହି ଆଦିବାସୀ ଗ୍ରାମର ଛାତ୍ର ଛାତ୍ରୀ ଙ୍କ ଭବିଷ୍ୟତ କୁ ଦୃଷ୍ଟିରେ ରଖି କନ୍ଧ ଖାଲମଡ଼ା ବିଦ୍ୟାଳୟ ବନ୍ଦ ନ କରିବା ପାଇଁ ରାଜ୍ୟ ସରକାର ଏବଂ ଜିଲ୍ଲାପାଳ ପଦକ୍ଷେପ ନେବାକୁ ଗ୍ରାମବାସୀ ଙ୍କ ସମେତ ଅଞ୍ଚଳ ବାସୀ ଦାବୀ କରିଛନ୍ତି।

Leave a Reply

Your email address will not be published. Required fields are marked *