ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସାରା ଓଡିଶା ସମେତ ଯାଜପୁର ଜିଲ୍ଲାରରେ ଗତ କାଲି ଠାରୁ ଜାରି ରହିଛି ଲଘୁଚାପ ଜନିତ ବର୍ଷା ବିତ୍ପାତ । ଜିଲାର ଗ୍ରାମାଞ୍ଚଳ ଠାରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ବର୍ଷା ଜନିତ ତାଣ୍ଡବ ଦେଖିବାକୁ ମିଳିଛି । ବର୍ଷା ଜଳ ନିସ୍କାସନ ଜନିତ ସମସ୍ୟା ଯୋଗୁଁ ଲୋକେ ହନ୍ତସନ୍ତ ହେଉଛନ୍ତି । ବର୍ଷା ପ୍ରଭାବରେ ସୁକିନ୍ଦା ବ୍ଲକର ବିଭିନ୍ନ ପଞ୍ଚାୟତର ପ୍ରାୟତଃ ଗ୍ରାମରୁ ଆସୁଛି କରୁଣ ଦୃଶ୍ୟ . ରାହଂଷୋଳ ପଞ୍ଚାୟତର ମିଲୁ ମହାନ୍ତ, ଯୁଧିଷ୍ଠିର ମହାନ୍ତ , କଲରଙ୍ଗୀଅତା ବାସିନ୍ଦା ବିଦ୍ୟାଧର ମହାନ୍ତଙ୍କ ପରି ବହୁ ଲୋକଙ୍କ ଘରେ ବର୍ଷା ପାଣି ପଶିବା କାରଣରୁ ପରିସ୍ଥିତି ଉତ୍କଟ ହୋଇଛି . ସୁକିନ୍ଦାଗଡର ମୁସଲମାନ ସାହି କଡରେ ଥିବା ଡ୍ରେନ ପାଣି ବହୁ ଘରେ ପଶି ବେହାଲ କରୁଥିବା ବେଳେ ଡ୍ରେନ କଡରେ ଥିବା ମୁସଲମାନ ସାହିର ଲୋକେ ବାଧ୍ୟ ହୋଇ ପାଣି ମୋଟର ପମ୍ପ ଯୋଗେ ନିଜସ୍ୱ ଉଦ୍ୟମରେ ଘର ମଧ୍ୟରୁ ଜଳ ନିଷ୍କାସନ କରୁଥିବା ଦେଖିବାକୁ ମିଳିଛି । ଗାଁ ଦାଣ୍ଡ , ରାସ୍ତାଘାଟ ସବୁଠି ବର୍ଷା ପାଣି ଜମି ରହିବା ଫଳରେ ଲୋକେ ବାହାରକୁ ବାହାରି ପାରୁ ନାହାନ୍ତି . ଦିନ ମଜୁରିଆ , ଖଟିଖିଆ ଶ୍ରମିକ ମାନେ ନିଜ ପରିବାର ସହ ଭୋକ ଉପାସରେ ପଡି ରହିଛନ୍ତି . ପ୍ରଶାସନ ତରଫରୁ କେବଳ ସତର୍କ ସୂଚନା ପ୍ରଦାନ କରି କାମ ସାରି ଦିଆଯାଇଛି . ହେଲେ ଲୋକେ ଅପେକ୍ଷା କରି ରହିଛନ୍ତି ସରକାରୀ ସହାୟତାକୁ .
ସୁକିନ୍ଦା ଅଞ୍ଚଳରେ ଲଘୁଚାପ ବର୍ଷା ତାଣ୍ଡବ : ସରକାରୀ ସହାୟତା ଅପେକ୍ଷାରେ ବହୁ ପରିବାର !!!

