ଢେଙ୍କାନାଳ ଜିଲ୍ଲା ପରିଷଦର ଅଷ୍ଟମ ସାଧାରଣ ବୈଠକ ଅନୁଷ୍ଠିତ !

Spread the love

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଢେଙ୍କାନାଳ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମିନତୀ ନାୟକଙ୍କ ଅଧ୍ୟକ୍ଷତାରେ ଢେଙ୍କାନାଳ ଜିଲ୍ଲା ପରିଷଦର ଅଷ୍ଟମ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ମାନ୍ୟବର ସାଂସଦ , ଢେଙ୍କାନାଳ ଶ୍ରୀଯୁକ୍ତ ମହେଶ ସାହୁ ବୈଠକରେ ଯୋଗ ଦେଇ , ଜିଲ୍ଲାର ସାମଗ୍ରିକ ଦୁତ ବିକାଶ ନିମନ୍ତେ ଜିଲ୍ଲା ପରିଷଦର ସଭ୍ୟ , ସଭ୍ୟମାନେ ଯୋଜନାଗୁଡ଼ିକର କାର୍ଯ୍ୟକାରିତାରେ ନିଜକୁ ଅଧୁକ ସାମିଲ କରିବା ସହିତ ବିଭାଗୀୟ ଅଧୁକାରୀମାନେ ନିଷ୍ଠାର ସହିତ କାର୍ଯ୍ୟ କରିବାକୁ କହିଛନ୍ତି । ଢେଙ୍କାନାଳ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସୁଧୀର କୁମାର ସାମଲ କୃଷିର ଅଧୂକ ବିକାଶ ପାଇଁ ଜଳ ସେଚନକୁ ବ୍ୟବସ୍ଥିତ ଓ ଫଳପ୍ରସୂ କରିବା ନିମନ୍ତେ ଅଧୁକ ଯତ୍ନବାନ ହେବାକୁ ପରାମର୍ଶ ଦେଇଛନ୍ତି । ପରଜଙ୍ଗ ମାନ୍ୟବର ବିଧାୟକ ଡା . ନୃସିଂହ ଚରଣ ସାହୁ ଜିଲ୍ଲାର ସମସ୍ତ ବାସହୀନ ଓ ଯୋଗ୍ୟ ହିତାଧୁକାରୀଙ୍କୁ ଚିହ୍ନଟ କରି ସେମାନଙ୍କୁ ଗୃହ ଯୋଗାଇ ଦେବା ନିମନ୍ତେ ବିହିତ ବ୍ୟବସ୍ଥା କରିବାକୁ କହିଛନ୍ତି । ହିନ୍ଦୋଳ ବିଧାୟୀକା ଶ୍ରୀମତୀ ସୀମାରାଣୀ ନାୟକ , ଜିଲ୍ଲାର ବିକାଶ ନିମନ୍ତେ ସମସ୍ତ ଜନପ୍ରତିନିଧେ , ସରକାରୀ କର୍ମକର୍ତ୍ତାମାନେ ଜନହିତକର କାର୍ଯ୍ୟଗୁଡିକରୁ ସୁଫଳ ପାଇବା ନିମନ୍ତେ ଅଧ୍ବକ ଧ୍ୟାନ ଦେବାକୁ କହିଛନ୍ତି । ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଶ୍ରୀଯୁକ୍ତ କୋଦଣ୍ଡଧର ସାହୁ ଜିଲ୍ଲାରେ ହେଉଥିବା ପ୍ରକଳ୍ପ ଗୁଡିକର କାର୍ଯ୍ୟକାରୀତା ସମ୍ପର୍କରେ ବୈଠକର ଦୃଷ୍ଟି ଆକର୍ଷଣ କରିଥିଲେ

। ବୈଠକରେ ମୋ ସ୍କୁଲ କାର୍ଯ୍ୟକ୍ରମ ଅଧୀନରେ ବିଦ୍ୟାଳୟଗୁଡ଼ିକରେ ହେଉଥିବା ଆଧୁନିକୀ କରଣ ସୌନ୍ଦର୍ଯ୍ୟକରଣ , ପରିବେଶ ନିର୍ମଳ ନିମନ୍ତେ ବିଦ୍ୟାଳୟ ପରିସର ମଧ୍ୟରେ କମ୍ଫାଷ୍ଟ ପିଟ ନିର୍ମାଣ , ସ୍କୁଲର ଜମି ପଟ୍ଟା ପ୍ରସ୍ତୁତି ପିଲାମାନଙ୍କୁ ଯୋଗାଇ ଦିଆଯାଉଥିବା ସୁବିଧା ସୁଯୋଗ ବିଷୟରେ ଆଲୋଚନା ହୋଇଥିଲା । କୋଭିଡରୁ ରକ୍ଷା ପାଇଁ ଧାର୍ଯ୍ୟ ସଂଖ୍ୟକ ଟେଷ୍ଟି , ଟୀକାକରଣ ଓ ସ୍ବାସ୍ଥ୍ୟ ପ୍ରତି ଅଧୁକ ସତର୍କତା ଅବଲମ୍ବନ କରିବାକୁ ଆଲୋଚନା କରାଯାଇଥିବା ବେଳେ ସ୍ବାସ୍ଥ୍ୟ ସେବାକୁ ଅଧୁକ ବ୍ୟବସ୍ଥିତ କରିବା ନିମନ୍ତେ ଡାକ୍ତର , ଫର୍ମାସିଷ୍ଟ ଆଦି ନିଯୁକ୍ତି ଉପରେ ବିଷାଦ ଆଲୋଚନା ହୋଇଥିଲା । ଜିଲ୍ଲାରେ କୃଷିର ଉନ୍ନତି ବିଧାନ ନିମନ୍ତେ ଜଳସେଚନ , ଗ୍ରାମାଞ୍ଚଳରେ ପାଇପ ଯୋଗେ ପାନୀୟଜଳ ଯୋଗାଣ , ବିଦ୍ୟୁତ ସେବାରେ ଉନ୍ନତି ବିଧାନ , ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ରାସ୍ତା ନିର୍ମାଣ , ମାଛ ଚାଷ , ଜିଲ୍ଲାରେ ହାତୀର ଗମନାଗମନ ପଥ ନିର୍ବାରଣ , ହାତୀ ମାନଙ୍କ ଉପଦ୍ରବ , ଏହାର ପ୍ରତିକାର ଏବଂ ଅନ୍ୟାନ୍ୟ ଯୋଜନା ସମ୍ପର୍କରେ ବିଷଦ ଆଲୋଚନା ହୋଇଥିଲା । ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ ଜିଲ୍ଲାରେ ହେଉଥିବା ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ସମ୍ପର୍କରେ ବୈଠକକୁ ଅବଗତ କରାଇଥିଲେ ଏବଂ ଢେଙ୍କାନାଳ ଜିଲ୍ଲାକୁ ଏକ ସମୃଦ୍ଧ ଜିଲ୍ଲାରେ ପରିଣତ କରିବାକୁ ହେଲେ ସମସ୍ତ ଯୋଜନାର ସଫଳତା ନିମନ୍ତେ ଗୁରୁଦାୟୀତ୍ବ ବହନ କରିବାକୁ ପରାମର୍ଶ ଦେଇଥିଲେ । ବୈଠକ ପ୍ରାରମ୍ଭରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ସାଫଲ୍ୟ ମଣ୍ଡିତ ପ୍ରଧାନ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହି ବୈଠକରେ ଜିଲ୍ଲା ପରିଷଦର ସମସ୍ତ ସଭ୍ୟ , ସଭ୍ୟମାନେ , ପାଞ୍ଚାୟତ ସମିତିର ଅଧ୍ୟକ୍ଷ , ଅଧ୍ୟକ୍ଷାମାନେ , ବିଭିନ୍ନ ବିଭାଗୀୟ ଅଧୁକାରୀମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଶେଷରେ ଜିଲ୍ଲାପାଳ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *